ମହାନଦୀ ମୁହାଣରେ ଅଲିଭ୍‌ ରିଡଲେଙ୍କ ଜଳକ୍ରୀଡ଼ା, ଆମୋଦିତ କରଛି ଦୃଶ୍ୟ

author img

By

Published : Nov 21, 2022, 5:21 PM IST

Olive Ridley turtles seen in Mahanadi of Paradip

ମହାନଦୀ ମୁହାଣରେ ବିରଳ ଅଲିଭ୍‌ ରିଡଲେ କଇଁଛଙ୍କୁ ଦେଖିବାକୁ ମିଳିଛି । ନୀଳ ସମୁଦ୍ର ଜଳ ରାଶିରେ ଶତାଧିକ ଅଲିଭ ରିଡ୍‌ଲେଙ୍କୁ ଜଳକ୍ରୀଡ଼ା କରୁଥିବା ଦେଖାଯାଇଛି (Olive Ridley turtles in Paradip)। ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଶୀତର ଆଗମନ ସହ ପାରାଦ୍ବୀପ ମହାନଦୀ ମୁହାଣରେ ବିରଳ ଅଲିଭ୍‌ ରିଡଲେ କଇଁଛଙ୍କୁ ଦେଖିବାକୁ ମିଳିଛି । ନୀଳ ସମୁଦ୍ର ଜଳ ରାଶିରେ ଶତାଧିକ ଅଲିଭ ରିଡଲେଙ୍କୁ ଜଳକ୍ରୀଡ଼ା କରୁଥିବା ଦେଖାଯାଇଛି । ଡିସେମ୍ବରରୁ ଏମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାନଦୀ ମୁହାଣରେ ମାଛ ମାରିବା ଉପରେ ପ୍ରତିବନ୍ଧକ ଲଗାଇଛି ବନବିଭାଗ(Olive Ridley turtles in Paradip ) ।

ମହାନଦୀ ମୁହାଣରେ ଅଲିଭ୍‌ ରିଡଲେଙ୍କ ଜଳକ୍ରୀଡ଼ା, ଆମୋଦିତ କରଛି ଦୃଶ୍ୟ

ଶୀତ ଦିନ ପ୍ରାରମ୍ଭରରେ ଅଲିଭ୍‌ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପାରାଦ୍ବୀପରେ ମାଛଧରା ବନ୍ଦରରେ କଟକଣା ଜାରି ହୋଇଛି । ଏଠାରେ କୌଣସି ଯନ୍ତ୍ର ଚାଳିତ ଡଙ୍ଗା ବା ଟ୍ରଲର ଚାଲି ପାରିବ ନାହିଁ । ଏହି କଟକଣା ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛି ବନ ବିଭାଗ ।

ମାଛଧରା ବନ୍ଦ ଥିବାରୁ ମହାନଦୀ ମୁହାଣର ନୀଳ ଜଳ ରାଶିରେ କଇଁଛଗୁଡ଼ିକୁ ଦେଖିବାକୁ ମିଳୁଛି । ଆସନ୍ତା ମାସ ସୁଦ୍ଧା ଅଲିଭ ରିଡଲେ କଇଁଛ, ସମୁଦ୍ର କୁଳ ବାଲିରେ ଅଣ୍ଡା ଦେବାକୁ ଆସିବେ । ଏହାକୁ ନଜରରେ ରଖି ଅଣ୍ଡାଗୁଡିକ ଯେପରି ନଷ୍ଟ ନହେବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶିକାରୀ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛି । କଇଁଛମାନଙ୍କ ଜଳକ୍ରୀଡ଼ା ପରିବେଶପ୍ରେମୀଙ୍କୁ ବେଶ୍‌ ଆମୋଦିତ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.