ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡା, ରାଷ୍ଟ୍ରପତି ଭବନରୁ ଆସିଲା ଡାକରା

author img

By

Published : Nov 28, 2022, 5:33 PM IST

Updated : Nov 28, 2022, 7:47 PM IST

ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡା, ରାଷ୍ଟ୍ରପତି ଭବନରୁ ଆସିଲା ଡାକରା

ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡା । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ଯୁକ୍ତ ଦୁଇ ଛାତ୍ରୀ ତେଜସ୍ବିନୀ ପଣ୍ଡାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ । ମହାମହିମଙ୍କ ସଂଘର୍ଷମୟ ଜୀବନୀ ଉପରେ ପୁସ୍ତକ ଲେଖି ସେ ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁର: ରାଷ୍ଟ୍ରପତି ଭବନ ଯିବେ ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ସଦେଇପୁର ଗ୍ରାମର ଯୁକ୍ତ ୨ର ଛାତ୍ରୀ ତେଜସ୍ବନୀ ପଣ୍ଡା (Odia Student Tejaswini Panda in Limelight) । ଖୋଦ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଉପରେ "ଓଡ଼ିଆ ଅସ୍ମିତାର ପ୍ରତୀକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ" ଶୀର୍ଷକ ପୁସ୍ତକ (Biography on President Droupadi Murmu) ଲେଖି ସେ ଏହି ସଫଳତା ହାତେଇଛନ୍ତି । ରାଷ୍ଟ୍ରପତି ଭବନରୁ ଏବେ ଡାକରା ଆସିବା ପରେ ପ୍ରତିଭାବାନ ଛାତ୍ରୀ ତେଜସ୍ବିନୀ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡା, ରାଷ୍ଟ୍ରପତି ଭବନରୁ ଆସିଲା ଡାକରା

ଗତମାସରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ତେଜସ୍ବିନୀ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଏହି ପୁସ୍ତକ ପ୍ରଦାନ କରିଥିଲେ । ଯାହାକୁ ନେଇ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିବା ସହ ଏତେ କମ ବୟସରେ ଜୀବନୀକୁ ନେଇ ପୁସ୍ତକ ଲେଖିଥିବାରୁ ରାଷ୍ଟ୍ରପତି ଭୂୟସୀ ପ୍ରସଂଶା କରିଥିଲେ । ତେବେ ତାଙ୍କୁ ଏବେ ରାଷ୍ଟ୍ରପତି ଭବନରୁ ଡାକରା ଆସିଛି । କମ ବୟସର କଅଁଳ କଲମରେ ନିଜ ଜୀବନୀର ସଂଘର୍ଷମୟ କାହାଣୀକୁ ଦେଖି ରାଷ୍ଟ୍ରପତି ଖୁସି ହେବା ସହ ତେଜସ୍ବିନୀଙ୍କୁ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ନିମନ୍ତ୍ରଣ କରିଥିବା କହିଥିଲେ ତେଜସ୍ବିନୀ ।

ଏହା ବି ପଢନ୍ତୁ- ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି

ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର
ଚର୍ଚ୍ଚାରେ ଓଡ଼ିଆ ଛାତ୍ରୀ ତେଜସ୍ବିନୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର

ସେହିପରି ତେଜସ୍ବିନୀ ଅନେକ ପୁସ୍ତକ ରଚନା କରି ସାରିଛନ୍ତି । ତେଜସ୍ବିନୀଙ୍କ ଦ୍ଵାରା ରଚିତ ସାହିତ୍ୟ 'ପୁସ୍ତକ ହୃଦୟତୀରେ' ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ଯାହାକୁ ପଢି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଖୁସି ବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମଧ୍ୟ ପ୍ରସଂଶା ପତ୍ର ପ୍ରଦାନ ତାଙ୍କୁ କରାଯାଇଥିଲା । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ସେ କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରତି ଅନୁରକ୍ତ ହୋଇଥିଲେ । ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Odia Student Tejaswini Panda
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ତେଜସ୍ବିନୀ

ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବାପା ଶୁଭେନ୍ଦୁ ପଣ୍ଡା ଓ ମାଆ କଳ୍ପନା ସମସ୍ତ ପରିବାର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ଦିଗଦର୍ଶନ ତାଙ୍କୁ ଆଗକୁ ନେଇଥିବା ତେଜସ୍ବନୀ ପ୍ରକାଶ କରିଛନ୍ତି । ଆଗକୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁରକ୍ଷା ଦେବାପାଇଁ ସେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି ତେଜସ୍ବିନୀ । ଏ ନେଇ ତେଜସ୍ବିନୀ କହିଛନ୍ତି, " ଯେତେବେଳେ ଦ୍ରୌପଦୀ ମୁର୍ମୁ ମ୍ୟାଡାମ ଭାରତରେ ରାଷ୍ଟ୍ରପତି ହେଲେ ସେବେଠୁ ତାଙ୍କ ଜୀବନୀ ଉପରେ ପୁସ୍ତକ ଲେଖିବାକୁ ସ୍ଥିର କରିଥିଲି । ଯାହାଦ୍ବାରା ସମଗ୍ର ଭାରତବର୍ଷ ତାଙ୍କ ସଂଘର୍ଷମୟ କାହାଣୀ ସମ୍ପର୍କରେ ଜାଣିବ । ତେବେ ଏହି ପୁସ୍ତକ ପଢି ଅନେକ ଯୁବପିଢି ମଧ୍ୟ ପ୍ରେରଣା ପାଇଛନ୍ତି । ରାଷ୍ଟ୍ରପତି ଗତ ଓଡ଼ିଶା ଗସ୍ତରେ ଏହି ପୁସ୍ତକ ତାଙ୍କୁ ମୁଁ ଉପହାରରେ ଦେଇଥିଲି । ସେ ବେଶ ଖୁସିବ୍ୟକ୍ତ କରିଥିଲେ ।"

ଇଟିଭି ଭାରତ, ଜଗତସିଂହପୁର

Last Updated :Nov 28, 2022, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.