ମା' ଶାରଳାଙ୍କ ଓଢଣଷଷ୍ଠୀ ନୀତି

author img

By

Published : Nov 30, 2022, 10:12 AM IST

odana sasthi ritual of maa sarala in jagatsinghpur

ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିରରେ ଓଢଣଷଷ୍ଠୀ ନୀତିକାନ୍ତି ଅନୁଷ୍ଠିତ । ପ୍ରବଳ ଶୀତ ଦାଉରୁ ରକ୍ଷା କରିବା ପାଇଁ ଶ୍ରୀ ପଞ୍ଚମୀ ପର୍ଯ୍ୟନ୍ତ ମା'ଙ୍କ ଘୋଡ଼ଲାଗି ନୀତି କରାଯିବ। ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିରରେ ଓଢଣଷଷ୍ଠୀ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଠାରୁ ପ୍ରତ୍ୟେକ ଦିନ ମା' ଶାରଳାଙ୍କ ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ । ପ୍ରବଳ ଶୀତ ଦାଉରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ମା'ଙ୍କୁ ଘୋଡ଼ଲାଗି ବା ବସ୍ତ୍ର ଦ୍ୱାରା ଆବୃତ କରାଯିବ । ଏହି ନୀତି ଶ୍ରୀ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ ।

ବିଭିନ୍ନ ବାର ଅନୁସାରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଦ୍ୱାରା ଆବୃତ କରାଯିବ । ମଙ୍ଗଳବାର ଠାରୁ ମା'ଙ୍କ ରାତ୍ର ସ୍ନାନ ଓ ସର୍ବାଙ୍ଗ ଚନ୍ଦନ ନୀତି ବନ୍ଦ ରହିବ । ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରୁ ପ୍ରତ୍ୟେକ ମନ୍ଦିରରେ ଏହି ନୀତି ପାଳନ କରାଯାଇଥାଏ । ଦେବୀ ଓ ଦେବତାମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନୀତି ଅନୁଷ୍ଠିତ ହୁଏ । ତେବେ କେବଳ ଶକ୍ତିପୀଠ କାହିଁକି ଗାଁ ଗାଁରେ ମଧ୍ୟ ଲୋକେ ନିଜର ଇଷ୍ଟଦେବ ଓ ଦେବୀଙ୍କୁ ଘୋଡ଼ଲାଗି କରିଥାନ୍ତି । ସୂର୍ଯ୍ୟଙ୍କ ଉତ୍ତରାୟଣ ବା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଉକ୍ତ ନୀତି ପାଳନ କରାଯାଇଥାଏ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.