ହଟିଲା କଟକଣା, ଏଣିକି ପାରାଦ୍ବୀପ ବନ୍ଦର ବୁଲିପାରିବେ ବିଦେଶୀ ନାଗରିକ

author img

By

Published : Dec 1, 2022, 12:31 PM IST

ହଟିଲା କଟକଣା, ଏଣିକି ପାରାଦ୍ବୀପ ବନ୍ଦର ବୁଲିପାରିବେ ବିଦେଶୀ ନାଗରିକ

ଏଣିକି ପାରାଦ୍ବୀପ ବନ୍ଦର ବୁଲିପାରିବେ ବିଦେଶୀ ନାଗରିକ । ବନ୍ଦରରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଲାଗିଥିବା କଟକଣା ହଟାଇଲା ବନ୍ଦର ପ୍ରଶାସନ । ଅଧିକ ପଢନ୍ତୁ

ପାରାଦ୍ବୀପ: ପାରାଦ୍ୱୀପ ବନ୍ଦରରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଲାଗିଥିବା କଟକଣା କୋହଳ ହୋଇଛି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ୨୦୨୦ ଏପ୍ରିଲ ମାସରୁ ପାରାଦ୍ୱୀପ ବନ୍ଦରରେ(Paradip Port) ବିଦେଶୀ ନାଗରିକ ଓ ନାବିକମାନଙ୍କୁ ଓହ୍ଲାଇବାକୁ ଅନୁମତି ଦିଆଯାଉନଥିଲା । ଏହି କଟକଣାକୁ ଆଜି ଠାରୁ ଉଠାଇ ଦେଇଛି ପାରାଦ୍ବୀପ ବନ୍ଦର ପ୍ରଶାସନ । ଏଣିକି ବିଦେଶୀ ଜାହାଜର ନାବିକମାନେ କୋଭିଡ ଟିକାର ସମ୍ପୂର୍ଣ୍ଣ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ଜାହାଜରୁ ଓହ୍ଲାଇବା ସହ ବନ୍ଦରାଞ୍ଚଳ ଓ ସହର ମଧ୍ୟକୁ ପ୍ରବେଶ କରିପାରିବେ । ଏହି କଟକଣା ହଟିବା ପରେ ବ୍ୟବସାୟୀମାନେ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି ।

ଦ୍ରୁତ କୋଭିଡ ସଂକ୍ରମଣ ଯୋଗୁଁ ୨୦୨୦ରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦେଶୀ ନାଗରିକମାନଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଥିଲା । ପାରାଦ୍ୱୀପ ବନ୍ଦରକୁ ମାଲେସିଆ, ସିଙ୍ଗାପୁର,ଚୀନ, ଜାପାନ, ବାଂଲାଦେଶ, ୟୁରୋପ, ସାଉଥ ଆଫ୍ରିକା, ଓ ଆମେରିକା ଭଳି ବହୁ ଦେଶରୁ ଜାହାଜ ଗୁଡିକ ପାରାଦ୍ୱୀପ ବନ୍ଦରକୁ ଆସିଥାଏ । କିନ୍ତୁ କଟକଣା ପରେ ଜାହାଜରେ ଆସୁଥିବା ନାବିକ ଓ କର୍ମଚାରୀଙ୍କୁ ପାରାଦ୍ୱୀପ ମାଟିରେ ପାଦ ପକାଇବାକୁ ଅନୁମତି ଦିଆଯାଉ ନଥିଲା ।

ଏହାମଧ୍ୟ ପଢନ୍ତୁ: ଦୀପିକାଙ୍କୁ ହଇରାଣ କରୁଛନ୍ତି ଦିନେଶଙ୍କ ପରିବାର, ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ବର୍ତ୍ତମାନ ଏହି କଟକଣା ଉଠିବା ପରେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ବିଦେଶୀ ନାଗରିକମାନେ ପାରାଦ୍ୱୀପ ସହରରେ ବୁଲି ପାରିବେ ବୋଲି କୁହାଯାଇଛି । ଏଥିପାଇଁ ବିଦେଶୀ ନାଗରିକଙ୍କୁ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ସୋର ପରମିଶନ ଓ ପୋର୍ଟ ହେଲ୍ଥ ଅଫିସରଙ୍କ କାର୍ଯ୍ୟାଳୟରୁ ଅନୁମତି ନେବାକୁ ପଡିବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.