ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି

author img

By

Published : Nov 27, 2022, 5:52 PM IST

ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦରରୁ ଏକାଥରେ ୪୦ରୁ ଅଧିକ କର୍ମଚାରୀଙ୍କୁ ବଦଳି କରାଯାଇଛି । ଅଧିକ ପଢନ୍ତୁ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି କରାଯାଇଛି । ପାରାଦ୍ବୀପ ବନ୍ଦର ନ୍ୟାସ କର୍ତ୍ତୃପକ୍ଷଙ୍କ ଦ୍ବାରା ଆଜି (ରବିବାର) ଏକାଥରେ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଅଦଳ ବଦଳ କରାଯାଇଛି । ବିଭିନ୍ନ ପଦ ପଦବୀରେ ଦୀର୍ଘଦିନ ଧରି ଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ବଦଳି କରାଯାଇଛି । କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରଥିବା ଜଣାପଡ଼ିଛି ।

ଗତ କିଛି ମାସ ତଳେ ପାରାଦ୍ବୀପ ବନ୍ଦରରେ ଏକ ଲାଞ୍ଚ କାରବାରକୁ ନେଇ CBI ଚଢ଼ାଉ କରିଥିଲା । ଏଥିରେ ପାରାଦ୍ବୀପ ପୋର୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଜଣେ DLRଙ୍କୁ ସିବିଆଇ ଗିରଫ କରିଥିଲା । ଯାହାକୁ ନେଇ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ବନ୍ଦର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ପୋର୍ଟ ପ୍ରଶାସନିକ ବିଭାଗ, ଇଞ୍ଜିନିୟରିଂ ଓ ମେକାନିକାଲ ବିଭାଗ, ଫାଇନାନ୍ସ, ଆକାଉଣ୍ଟସ, ମେରାଇନ ବିଭାଗ, ମେଡ଼ିକାଲ ଆଦି ବିଭାଗରୁ କର୍ମଚାରୀଙ୍କୁ ବଦଳି କରାଯାଇଛି ।

ଏହା ବି ପଢନ୍ତୁ- ଅବସର ନେଲା ଯୁଦ୍ଧ ଜାହାଜ ICGS ସରୋଜିନୀ ନାଇଡୁ

ବଦଳି ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୮ ଜଣ ସୁପରିଟେଣ୍ଡେଣ୍ଟ, ୨୮ ଜଣ ମୁଖ୍ୟ କିରାଣୀ, ୪ ଜଣ କିରାଣୀ, ୧୧ ଜଣ ଇଞ୍ଜିନିୟର, ୬ ଜଣ ମେକାନିକାଲ ଇଞ୍ଜିନିୟର, ୬ ଜଣ ଫାଇନାନ୍ସ ଓ ଆକାଉଣ୍ଟ ଜାହାଜ ନିୟନ୍ତ୍ରଣ, ମେରାଇନ ବିଭାଗରୁ ୪ ଜଣଙ୍କୁ ବଦଳି କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.