ଢ଼ିଙ୍କିଆରେ ଏକାଧିକ ଗ୍ରାମବାସୀ ନିଖୋଜ: ଚିନ୍ତାରେ ପରିବାର, ଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

author img

By

Published : Jan 15, 2022, 8:41 PM IST

ଢ଼ିଙ୍କିଆରେ ଏକାଧିକ ଗ୍ରାମବାସୀ ନିଖୋଜ: ପୋଲିସର ଫ୍ଲାଗମାର୍ଚ୍ଚ

ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ JSW ପ୍ରସ୍ତାବିତ ଅଞ୍ଚଳ ଢ଼ିଙ୍କିଆ ବିବାଦରେ ନୂଆ ମୋଡ । ପୋଲିସ ଭୟରେ ଗୁରୁତର ଆହତ ବ୍ୟକ୍ତି ଲୁଚୁଥିବା କୁହାଯାଉଛି । ଏପଟେ ପରିବାର ସଦସ୍ୟ ଘରକୁ ଫେରିନଥିବାରୁ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ JSW ପ୍ରସ୍ତାବିତ ଅଞ୍ଚଳ ଢ଼ିଙ୍କିଆରେ ଗତକାଲି(ଶୁକ୍ରବାର) ହୋଇଥିବା ପୋଲିସର କାର୍ଯ୍ୟାନୁଷ୍ଠାନରେ ଏକାଧିକ ଲୋକ ଆହତ ହୋଇଛନ୍ତି । ପୋଲିସର ଭୟରେ ଗୁରୁତର ଭାବେ ଆହତ ହୋଇଥିବା ଲୋକେ ଗିରଫଦାରୀ ଭୟରେ ଜଙ୍ଗଲ ମଧ୍ୟରେ ଛପି ରହିଥିବା କୁହାଯାଇଛି । ପୋଲିସକୁ ଭୟକରି ଗ୍ରାମର କେତେକ ମହିଳା ଆହତ ହୋଇ ଘରେ ପଡି ରହିଛନ୍ତି । ପୋସ୍କୋ-ଜିନ୍ଦଲ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୬ ଜଣଙ୍କୁ ସଙ୍ଗୀନ ଦଫା ଲଗାଇ ପୋଲିସ ଆଜି(ଶନିବାର) କୋର୍ଟ ଚାଲାଣ କରିଛି ।

ଢ଼ିଙ୍କିଆରେ ଏକାଧିକ ଗ୍ରାମବାସୀ ନିଖୋଜ: ପୋଲିସର ଫ୍ଲାଗମାର୍ଚ୍ଚ

ଆଜି ଢ଼ିଙ୍କିଆରେ ପୋଲିସ ଫ୍ଲାଗମାର୍ଚ୍ଚ କରିବା ସହ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି । ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଢ଼ିଙ୍କିଆରେ ପୋଲିସ ଭୟରେ ଆତଙ୍କିତ ହୋଇପଡିଛନ୍ତି । ଅପର ପକ୍ଷରେ ଗ୍ରାମର କେତେକ ଲୋକଙ୍କ ଗତକାଲି ଠାରୁ ପତ୍ତା ମିଳିପାରୁ ନାହିଁ । ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ଖୋଜ ଖବର ମିଳୁନଥିବା ପରିବାର ଲୋକେ କହିଛନ୍ତି । ଢ଼ିଙ୍କିଆରେ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତ ଥିବାବେଳେ ପୋଲିସ ଗାଁକୁ ଜଗି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.