ବନ୍ୟା ବିପନ୍ନଙ୍କୁ ଅବହେଳା ପ୍ରତିବାଦ, 55 ନଂ NH ଅବରୋଧ କଲେ ଗ୍ରାମବାସୀ

author img

By

Published : Sep 21, 2021, 7:46 PM IST

ବନ୍ୟା ବିପନ୍ନଙ୍କୁ ଅବହେଳା ପ୍ରତିବାଦ, 55 ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ବନ୍ୟା ବିପନ୍ନଙ୍କୁ ଅବହେଳା ପ୍ରତିବାଦରେ ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତର ଆଜି ବି ପାଣି ଘେରରେ ରହିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ନିକଟକୁ କୌଣସି ଅଧିକାରୀ ଆସି ସ୍ଥିତି ସମ୍ପର୍କରେ ବୁଝିନାହାନ୍ତି । ତେବେ ଏହି ବନ୍ୟା ବିପନ୍ନଙ୍କୁ ଅବହେଳା କରାଯିବାରୁ ଏମାନେ ପ୍ରତିବାଦ କରି ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ବନ୍ୟା ବିପନ୍ନଙ୍କୁ ଅବହେଳା ପ୍ରତିବାଦ, 55 ନଂ NH ଅବରୋଧ କଲେ ଗ୍ରାମବାସୀ

ଲଘୁଚାପ ବର୍ଷାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ବିପନ୍ନ ଲୋକମାନଙ୍କୁ ପଲିଥିନ କିମ୍ବା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇନି । ଯାହା ଫଳରେ ଲୋକେ ଖୋଲା ଆକାଶ ତଳେ ଭୋକ ଉପାସରେ ରହିଛନ୍ତି । ଅପରପକ୍ଷରେ ଏହି ପଞ୍ଚାୟତରେ ଧାନ ଫସଲ ସମ୍ପୂର୍ଣ୍ଣ ଧୋଇ ହୋଇଯିବା ସହିତ ଏକାଧିକ ଗ୍ରାମ୍ୟ ରାସ୍ତା ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନର ଏହି ଅବହେଳାକୁ ନେଇ ଜପା ପଞ୍ଚାୟତର ଶତାଧିକ ଲୋକେ ରାସ୍ତା ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ଏହାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ୨ ଦିନ ମଧ୍ୟରେ ଯଦି ଏହାର ପ୍ରତିକାର କିଛି କରାନଯାଏ, ତେବେ ଆଗାମୀ ଦିନରେ ଏରସମା ବ୍ଲକ ଓ ତହସିଲକୁ ଅଚଳ କରିଦିଆଯିବ ବୋଲି ପଞ୍ଚାୟତବାସୀ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.