ମହାନଦୀରେ ବନ୍ୟାଜଳ; ତିର୍ତ୍ତୋଲ, କୁଜଙ୍ଗ ବ୍ଲକ ପ୍ରଭାବିତ

author img

By

Published : Sep 17, 2021, 9:48 PM IST

kujanga and tirtol block affected in mahanadi flood water

ମହାନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ମହାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି । ମହାନଦୀର ତଳମୁଣ୍ଡ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା-ତିର୍ତ୍ତୋଲ ପାଳନ୍ଦା ରାସ୍ତା ଉପରେ ଛଅଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ରାସ୍ତାଦେଇ ଯାତାୟତ ବନ୍ଦ ହୋଇଯାଇଛି। ମହାନଦୀ ପଠା ଅଞ୍ଚଳରେ ବସବାସ କରୁଥିବା ତିର୍ତ୍ତୋଲ ବ୍ଲକ ଅଞ୍ଚଳର ତରଜଙ୍ଗା ମୁଣ୍ଡାସାହୀର ୩୦ ପରିବାର,ତିର୍ତ୍ତୋଲ ମୁଣ୍ଡାସାହିର ୨୨ ପରିବାର ,ମଣିଜଙ୍ଗା ପାଳନ୍ଦାର ୨୦ ପରିବାର ବନ୍ୟାଜଳ ଦ୍ବାରା ପ୍ରଭାବିତ ହୋଇଛନ୍ତି ।

ମହାନଦୀରେ ବନ୍ୟାଜଳ; ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ପ୍ରଭାବିତ

ସେହିପରି ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ ହରିପୁର,ଚୌଧୁରୀକୂଦ,କାଳିକୂଦ ଗ୍ରାମ ଜଳବନ୍ଦୀ ହୋଇଛନ୍ତି। ହୀରାକୁଦ ଜଳଭଣ୍ଡାରୁ ଅଧିକ ସଂଖ୍ୟକ ଗେଟ ଖୋଲାଯାଇଥିବା ସୂଚନା ମିଳୁଥିବାରୁ ମହାନଦୀ ପଠା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଛନକା ପଶିଛି ।

ଗତକାଲି (ଶୁକ୍ରବାର) ଅପରାହ୍ନ ଠାରୁ ବନ୍ୟାଜଳ ସ୍ତର ବୃଦ୍ଧି ପାଇ ଜନବସତିରେ ପାଣି ପଶିଥିବାରୁ ପ୍ରଶାସନିକ ତତ୍ପରତା ଦେଖାଇଛି। ବନ୍ୟାଜଳ ଦ୍ବାରା ପ୍ରଭାବିତ ଲୋକମାନେ ତାଳଦଣ୍ଡା କେନାଲ ବନ୍ଧ ଓ ଉଚ୍ଚ ସ୍ଥାନରେ ଆଶ୍ରୟ ନେବା ଆରମ୍ଭ କରିଛନ୍ତି। ଆଗକୁ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.