ଇଟିଭି ଭାରତ ପ୍ରଭାବ; ଦିବ୍ୟାଙ୍ଗ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ

author img

By

Published : Oct 6, 2021, 6:36 AM IST

impact of tvbharat administration  helping hand to Dibyang family in jagatsinghpur

ଘରର ତିନି ଜଣ ଛୋଟ ଶିଶୁ ଦିବ୍ୟାଙ୍ଗ । ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ପ୍ରଶାସନ। ଅଧିକ ପଢନ୍ତୁ...

ଜଗତସିଂହପୁର: ଇଟିଭି ଭାରତର ପ୍ରଭାବ, ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ପ୍ରଶାସନ। ଘରର ତିନି ଜଣ ଛୋଟ ଶିଶୁ ଦିବ୍ୟାଙ୍ଗ । ଏ ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଯାମୁକଣା ଗ୍ରାମର ଦିଲ୍ଲୀପ ମଲ୍ଲିକଙ୍କ ପରିବାରରେ।

ଇଟିଭି ଭାରତ ପ୍ରଭାବ; ଦିବ୍ୟାଙ୍ଗ ପରିବାରକୁ ସହାୟତାର ହାତ ବଢାଇଲା ପ୍ରଶାସନ

ଦିଲ୍ଲୀପ ମଲ୍ଲିକଙ୍କ ପରିବାରର ତିନୋଟି ସନ୍ତାନ ଅଛନ୍ତି। ଦୁଇଟି ଝିଅ ଓ ଏକ ପୁତ୍ର ସନ୍ତାନ । ଦିନେ ହଠାତ ସେମାନଙ୍କୁ ବାତ ମାରିଥିଲା। ଏହା ପରେ କଟକ ଶିଶୁଭବନ ନେଇ ଚିକିତ୍ସା କରାଇଥିଲେ। ଏହାର ଦୁଇ ମାସ ପରେ ହାତ ଓ ଗୋଡ଼ ବଙ୍କା ହୋଇଯିବା ସହ ଧୀରେ ଧୀରେ ଦିବ୍ୟାଙ୍ଗ ହୋଇ ଯାଇଥିଲେ। ପରିବାର ଲୋକେ ତିନି ସନ୍ତାନକୁ ଧରି କଟକ ବଡ଼ ମେଡିକାଲକୁ ଯାଇଥିଲେ । ସେଠାରେ ରହିବା ଓ ଚିକିତ୍ସା କରାଇବା ଦିଲୀପଙ୍କ ପାଖରେ ସମ୍ଭବ ହୋଇ ପାରିନଥିଲା। ସେ ଗାଁକୁ ଫେରି ଆସି ଏବେ ଭଗବାନଙ୍କ ଭରସାରେ ପିଲା ତିନୋଟିକୁ ଛାଡି ଦେଇଥିଲେ। ଦିଲ୍ଲୀପ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଅଭାବନ ଅନଟନର ପରିବାରରେ ଏ ଭଳି ବଜ୍ର ପଡିବା ଭଳି ପରିସ୍ଥିତି । ଏ ଭଳି ସ୍ଥିତିରେ ଦୟନୀୟ ସ୍ଥିତିରେ ଥିଲା ପରିବାର ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ କରିଥିଲା ।

ଖବର ପ୍ରସାରଣ ପରେ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇ ଥିଲେ। ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇବା ସହ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ପିଲାମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଇଛନ୍ତି। ତିନୋଟି ପିଲାଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ଏରସମା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.