ଲଘୁଚାପ ପ୍ରଭାବରେ କୂଳ ଲଙ୍ଘୁଛି ଅଶାନ୍ତ ସମୁଦ୍ର, ଜନବସତିରେ ପଶିଲା ଲୁଣାପାଣି

author img

By

Published : Sep 13, 2021, 7:43 PM IST

ଲଘୁଚାପ ପ୍ରଭାବରେ କୂଳ ଲଙ୍ଘୁଛି ଅଶାନ୍ତ ସମୁଦ୍ର: ଜନବସତିରେ ପଶିଲା ଲୁଣାପାଣି

ଉପକୂଳ ପାରାଦୀପ ଓ ଏରସମା ଅଞ୍ଚଳରେ ସମୁଦ୍ର ଅଶାନ୍ତ । ବଡ ବଡ ଲହଡି ଲଙ୍ଘୁଛି କୂଳ । ପାରାଦ୍ବୀପ ଉପକୂଳରୁ ସ୍ଥାନାନ୍ତରିତ ହେଲେଣି ୧୫୦ ପରିବାର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଜଗତସିଂହପୁର: ଉପକୂଳ ପାରାଦୀପ ଓ ଏରସମା ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିଛି। ଲଘୁଚାପ ପ୍ରଭାବରେ ବଡ଼ ବଡ଼ ଲହଡି ସୃଷ୍ଟିହେବା ସହ ଜନବସତି ଆଡକୁ ସମୁଦ୍ର ମାଡି ଆସିଥିବା ଖବର ମିଳିଛି । ଫଳରେ ତଟବର୍ତ୍ତୀ କିଛି ଗ୍ରାମରେ ଲୁଣାପାଣି ମଧ୍ୟ ପ୍ରବେଶ କରିଛି । ପାରାଦ୍ବୀପ ସମୁଦ୍ର କୂଳରେ ଥିବା 150 ପରିବାରଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ ।

ଲଘୁଚାପ ପ୍ରଭାବରେ କୂଳ ଲଙ୍ଘୁଛି ଅଶାନ୍ତ ସମୁଦ୍ର: ଜନବସତିରେ ପଶିଲା ଲୁଣା ପାଣି

ସୂଚନା ଅନୁଯାୟୀ ଗତକାଲି ରାତିରୁ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଛି । ପବନ ସାଙ୍ଗକୁ ଲହଡି କୁଳ ଲଙ୍ଘୁଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ବୀପ ସମୁଦ୍ର କୂଳରେ ବସବାସ କରୁଥିବା 150 ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏରସମା ବ୍ଲକର ପଦ୍ମପୁର, ଗଡ଼ହରିସପୁର ପଞ୍ଚାୟତର ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି । ସେହିପରି ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.