ପାରାଦୀପରେ ବେଶ୍ ଜମୁଛି ଇଲିସି ବ୍ୟବସାୟ, କିଲୋ ୩୦୦ ଟଙ୍କା

author img

By

Published : Sep 22, 2021, 10:40 PM IST

ପାରାଦ୍ୱୀପରେ ବେଶ୍ ଜମୁଛି ଇଲିସି ବ୍ୟବସାୟ, କିଲୋ ୩୦୦ ଟଙ୍କା

ଲଘୁଚାପ ଜନିତ ବର୍ଷା ଯୋଗୁଁ ପାରାଦୀପ ବନ୍ଦରରେ ଆସିଛି ବନ୍ୟାଜଳ । ଏନେଇ ସମୁଦ୍ର ମୁହାଣ ନିକଟରେ ପ୍ରବଳ ମାତ୍ରାରେ ଚାଲିଛି ଇଲିସି ମାଛର ଉତ୍ପାଦନ । ଏନେଇ ବଜାରରେ ମାଛର ଚାହିଦାକୁ ନେଇ ଲାଗି ରହିଛି ଭିଡ ।ଅଧିକ ପଢନ୍ତୁ...

ପାରାଦୀପ: ପ୍ରତିବର୍ଷ ଜୁନ୍ ମାସ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ସମୁଦ୍ର ମୁହାଣ ମୁହଁରେ ଇଲିସି ମାଛ ଦେଖା ଦେଇଥାଏ । ଯାହାକି ମତ୍ସ୍ୟଜୀବୀଙ୍କ ପାଇଁ ଲାଭଜନକ ସମୟ ହୋଇଥାଏ । ଆଉ ଏହି ସମୟରେ ପ୍ରଚୁର ପରିମାଣରେ ସମୁଦ୍ରରୁ ଇଲିସି ମାଛ ଉତ୍ପାଦନ ହେଉଥିବାରୁ ମତ୍ସ୍ୟଜୀବୀମାନେ ବେଶ୍ ଲାଭବାନ ହୋଇଥାନ୍ତି ।

ପାରାଦ୍ୱୀପରେ ବେଶ୍ ଜମୁଛି ଇଲିସି ବ୍ୟବସାୟ, କିଲୋ ୩୦୦ ଟଙ୍କା

ମାତ୍ର ବିଗତ ୪ରୁ ୫ମାସ ହେବ ମାଛର ଉତ୍ପାଦନ ପରିମାଣ କମ୍ ଥିବାରୁ ଇଲିସି ମାଛର ମୂଲ୍ୟ ୧ହଜାରରୁ ଅଢେ଼ଇ ହଜାର ଟଙ୍କା ରହୁଛି। ଯାହା ଫଳରେ ସାଧାରଣ ଲୋକେ ଇଲିସି ଖାଇବା ବଡ କଷ୍ଟ ସାଧ୍ୟ ହୋଇପଡିଛି । ମାତ୍ର ଚଳିତ ଥର ସେପ୍ଟେମ୍ବର ମାସରେ ବନ୍ୟାଜଳ ସମୁଦ୍ରରେ ପ୍ରବେଶ କରିବା ପରେ ମୁହାଣ ମୁହଁରେ ପ୍ରଚୁର ପରିମାଣରେ ଇଲିସି ମାଛ ଦେଖା ଦେଇଛି ।

ଯାହାକି ପୂର୍ବାପେକ୍ଷା ଇଲିସି ମାଛର ମୂଲ୍ୟ ହ୍ରାସ ପାଇ କେଜି ପ୍ରତି ୭ଶହରୁ ୧୨ଶହ ରହିଥିବାରୁ ମଧ୍ୟମ ଶ୍ରେଣୀର ଖାଉଟିମାନଙ୍କ ଉଦ୍ଦିଷ୍ଟ ରହିଛି । ମାତ୍ର ଗତ ରବିବାର ପ୍ରଚୁର ପରିମାଣ ଇଲିସି ବଜାରରେ ଥିବାବେଳେ ମାଛର ମୂଲ୍ୟ ଯୋଡ଼ା ୩ଶହ, କେଜି ପ୍ରତି ୫ଶହ ଟଙ୍କାରେ ବିକ୍ରି କରାଯାଇଥିବାରୁ ସାଧାରଣ ଖାଉଟି ମାନଙ୍କର ବଜାରରେ ବେଶ୍ ଭିଡ ଦେଖିବାକୁ ମିଳିଥିଲା ।

ତେବେ ବନ୍ୟାର ମଧୁର ପାଣି ମୁହାଣ ଦେଇ ସଠିକ ସମୟରେ ଆସୁ ନଥିବା ବେଳେ ପ୍ରତିକୂଳ ପରିବେଶ ଯୋଗୁଁ ଏହି ପ୍ରଜାତିର ମାଛ ଉତ୍ପାଦନରେ ବ୍ୟତିକ୍ରମ ଦେଖା ଦେଇଛି । ତେବେ ଆଗକୁ ପାଗ ଅନୁକୂଳ ରହିଲେ ମାଛ ବ୍ୟବସାୟୀମାନେ ଇଲିସି ମାଛ ଧରି ବେଶ୍ ଲାଭବାନ ହେବା ସହିତ ସାଧାରଣ ଖାଉଟିମାନେ ଇଲିସିର ସ୍ବାଦ ପାଇ ପାରିବେ। ତେବେ ପ୍ରତିବର୍ଷ ଇଲିସି ମାଛର ସ୍ବାଦ ଟିକେ ଚାଖିବା ପାଇଁ ଲୋକେ ଚାତକ ଭଳି ଚାହିଁ ବସିଥିବାବେଳେ ଚଳିତବର୍ଷ ଇଲିସି ମାଛ ପୂର୍ବାପେକ୍ଷା ମୂଲ୍ୟ ହ୍ରାସ ପାଇଥିବାରୁ ପାରାଦୀପ ଅଠରବାଙ୍କୀ ମତ୍ସ୍ୟ ବ୍ୟବସାୟ କେନ୍ଦ୍ରରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.