ଜଗତସିଂହପରୁରେ ବର୍ଷା ବିତ୍ପାତ, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଲୋକେ

author img

By

Published : Sep 13, 2021, 2:09 PM IST

ବର୍ଷା ବିତ୍ପାତ, ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସୂଚନା

ଶନିବାର ରାତିରୁ ରବିବାର ଦିନ ତମାମ ଓ ଆଜି ମଧ୍ୟ ଜାରି ରହିଛି ବର୍ଷା । ଫଳର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ବର୍ଷା ବିପତ୍ତିରୁ ବାଦ ପଡିନାହିଁ ଜଗତସିଂହପୁର । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ରହିଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଜଗତସିଂହପୁର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା । ଶନିବାର ରାତିରୁ ରବିବାର ଦିନ ତମାମ ଓ ଆଜି ମଧ୍ୟ ଜାରି ରହିଛି ବର୍ଷା । ଫଳର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ବର୍ଷା ବିପତ୍ତିରୁ ବାଦ ପଡିନାହିଁ ଜଗତସିଂହପୁର । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ରହିଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ବର୍ଷା ବିତ୍ପାତ, ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସୂଚନା

ବିଶେଷ କରି ବାଲିକୁଦା ଓ ଏରସମା ଅଞ୍ଚଳର ଅଧିକାଂଶ ଲୋକଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଏରସମାରୁ ସର୍ବାଧିକ ୧୮୨୧ଜଣଙ୍କୁ ସ୍ତାନାନ୍ତରଣ କରାଯାଇଛି । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ଆଲର୍ଟ ରହିବା ସହ ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା ବାଲିକୁଦା ବ୍ଲକରେ ସର୍ବାଧିକ 440 ମିଲି ମିଟର ବର୍ଷା ହୋଇଥିବା ବେଳେ ନାଉଗାଁରେ 380ମିମି, ବିରିଡିରେ 258ମିମି, ରଘୁନାଥପୁରରେ 332ମିମି, ତିର୍ତ୍ତୋଲରେ 245, କୁଜଙ୍ଗରେ 265ମିମି, ଏରସମାରେ 273ମିମି ଓ ଜଗତସିଂହପୁରରେ 265 ମିଲି ମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ପ୍ରକାଶ ଥାଉକି, ଲଘୁଚାପଜନିତ ବର୍ଷାରେ ତିନିଦିନ ହେବ ନିର୍ଧୁମ ଗାଳୁଛି ବର୍ଷା । ଭୁବନେଶ୍ବରରୁ ନେଇ କଟକ ସବୁଠି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ଘରଠୁ ନେଇ ମନ୍ଦିର ସବୁଠି ଜଳମୟ ହୋଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଲଗାଣ ବର୍ଷା କାରଣରୁ ଅନେକ ନଦୀ ଜଳସ୍ତର ମଧ୍ୟ ବୃଦ୍ଧି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.