ଜଗତସିଂହପୁରରେ ପ୍ରବଳ ବର୍ଷା, ତଳିଆ ବସ୍ତି ଅଞ୍ଚଳ ଜଳବନ୍ଦୀ

author img

By

Published : Sep 12, 2021, 8:33 PM IST

heavy rain in jagatsinghpur water logged in slum area

ଜଗତସିଂହପୁର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ପାରାଦ୍ବୀପ ଗଡ଼ ତଳିଆ ବସ୍ତିରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାରେ ଗତକାଲି ରାତିଠାରୁ ଲଗାଣ ବର୍ଷା ଲାଗି ରହିଛି । ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ପାରାଦ୍ବୀପ ଗଡ଼ ତଳିଆ ବସ୍ତିରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି।

ଜଗତସିଂହପୁରରେ ପ୍ରବଳ ବର୍ଷା, ତଳିଆ ବସ୍ତି ଅଞ୍ଚଳ ଜଳବନ୍ଦୀ

ଗତକାଲି ରାତିରୁ ଲଗାଣ ବର୍ଷା ଲାଗି ରହିଥିବାରୁ ବସ୍ତି ବାସିନ୍ଦା ମାନଙ୍କର ଚୁଲି ଜଳିନାହିଁ । ସେହିପରି କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ,ବାଲିକୁଦା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ଖାଲୁଆ ଜମି ଜଳମଗ୍ନ ହୋଇଥିବା ବେଳେ ଜୀବନ ଯାତ୍ରା ହେହାଲ ହୋଇଛି। ଜଗତସିଂହପୁର ସଦର ମହକୁମା ଠାରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆ ହ୍ରଦର ଭ୍ରମ ସୃଷ୍ଟି କରିଛି। ଜିଲ୍ଲାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାସହ ଫସଲ ହାନି ହେଉଛି। ରଘୁନାଥପୁର ବ୍ଲକର ସଦେଇପୁର ଗାଁ ଜଳମଗ୍ନ ହୋଇଛି ।

ସେହିଭଳି ଜଗତସିଂହପୁର ପୌରାଞ୍ଚଳର ମୁସଲମାନ ବସ୍ତିରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି । ଜଗତସିଂହପୁର ସଦର ମହକୁମାରେ ସର୍ବାଧିକ ବୃଷ୍ଟିପାତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.