ପାରାଦୀପ ମୁହାଣରେ ବୁଡିଲା ମାଛଧରା ଡଙ୍ଗା; 5 ଉଦ୍ଧାର, 2 ନିଖୋଜ

author img

By

Published : Sep 19, 2021, 4:10 PM IST

Updated : Sep 19, 2021, 5:43 PM IST

ପାରାଦ୍ୱୀପ ମହାନଦୀ ମୁହାଁଣରେ ଡଙ୍ଗା ବୁଡି, 5 ଉଦ୍ଧାର,2 ନିଖୋଜ

ନେହୁରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ବୁଡିଲା ମାଛ ଧରା ଡଙ୍ଗା । ୭ ମତ୍ସ୍ୟଜୀବୀ ମଧ୍ୟରୁ ୫ ଉଦ୍ଧାର,୨ ଏବେବି ନିଖୋଜ । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ...

ପାରାଦୀପ: ପାରାଦୀପ ନେହୁରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଓଲଟି ପଡିଲା ଡଙ୍ଗା । ଏଥିରେ 5 ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଥିବାବେଳେ ଏବେ ମଧ୍ୟ ୨ ଜଣ ନିଖୋଜ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ଓ କୋଷ୍ଟଗାର୍ଡ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ପାରାଦୀପ ମୁହାଣରେ ବୁଡିଲା ମାଛଧରା ଡଙ୍ଗା; 5 ଉଦ୍ଧାର, 2 ନିଖୋଜ

ସୂଚନା ଅନୁସାରେ, ଆଜି 7ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛ ଧରି ଫେରିବା ସମୟରେ ନେହୁରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ଥିବା ୭ ମତ୍ସ୍ୟଜୀବୀ ଭାସି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ୨ ଜଣଙ୍କ ପତ୍ତା ଏବେ ସୁଦ୍ଧା ମିଳିପାରିନାହିଁ ।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ସମୁଦ୍ର ଜୁଆରିଆ ଥିବା ଯୋଗୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି । ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚିବା ସହ ଅଗ୍ନିଶମ ଓ କୋଷ୍ଟ ଗାର୍ଡଙ୍କ ସହାୟତାରେ ଖୋଜାଖୋଜି ଜାରି ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Sep 19, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.