ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ: ଜଳ ପ୍ରକଳ୍ପ ଅଧିକାରୀ

author img

By

Published : Sep 18, 2021, 11:01 PM IST

ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ: ଜଳ ପ୍ରକଳ୍ପ ଅଧିକାରୀ

ନଦୀରେ ବନ୍ୟା ସମସ୍ୟାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଦୁର୍ବଳ ନଦୀବନ୍ଧକୁ ଚିହ୍ନଟ କରାଯିବା ସହ ବନ୍ୟାସ୍ଥିତି ଏଡାଇବାକୁ ହଜାର ହଜାର ସଂଖ୍ୟାରେ ବାଲିବସ୍ତା ମହଜୁଦ ରଖାଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଜିଲ୍ଲାର ଦକ୍ଷିଣରେ ପ୍ରବାହିତ ଦେବୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କମ ରହିଥିବା ବେଳେ ଆଳି ପିଙ୍ଗଳ ଜଳ ସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ: ଜଳ ପ୍ରକଳ୍ପ ଅଧିକାରୀ

ତେବେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଦେବୀନଦୀର ଜଳ ପତନ ଆଳି ପିଙ୍ଗଳ ଠାରେ 8 ମିଟର ରହିଛି । ଆଉ ବର୍ତମାନ ସୁଦ୍ଧା ନଦୀର ଜଳସ୍ତର ବିପଦ ସଙ୍କେତର ବହୁ ତଳେ ରହିଛି । ଯାହାକି ଆଳି ପିଙ୍ଗଳ ଠାରେ ଦେବୀ ନଦୀର ବିପଦ ସଙ୍କେତ 14 ମିଟର ରହିଛି । ତଥାପି ବି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବାଲିବସ୍ତା ମହଜୁଦ ରଖାଯିବା ସହ ନଦୀର ବନ୍ଧ କେଉଁଠାରେ ଦୁର୍ବଳ ରହିଛି ତାକୁ ଚିହ୍ନଟ କରାଯାଉଥିବା ନେଇ ଜଳ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ଆଳି ପିଙ୍ଗଳ ଜଳ ସେଚନ ନିର୍ବାହୀ ଅଧିକାରୀଙ୍କ କହିବା କଥା ଯେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ନଦୀର ବନ୍ଧକୁ ଅଧିକ ଏକ ମିଟର ଉଚ୍ଚତା କରାଯିବା ସହ ମଜଭୁତ ରଖା ଯାଇଛି । ଯାହାକୁ ନେଇ ନଦୀ କୁଳିଆ ଲୋକେ ଆତଙ୍କିତ ନ ହେବାକୁ ବିଭାଗ ପକ୍ଷରୁ ନିଦେବନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦେବୀ ନଦୀରେ ବନ୍ୟା ଆଶଙ୍କା କମ ରହିଛି ।

ଏନେଇ ଅଧିକାରୀ ଜଣକ କହିଛନ୍ତି କି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ବର୍ଷା ହୁଏ ତେବେ ବନ୍ୟା ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି ।



ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.