କମିଛି ବର୍ଷା-ବନ୍ୟା, ବଢୁଛି ପ୍ରଭାବିତଙ୍କ ଦୁର୍ଦ୍ଦଶା

author img

By

Published : Sep 20, 2021, 9:19 PM IST

କମିଛି ବର୍ଷା ଓ ବନ୍ୟା, ବଢୁଛି ପ୍ରଭାବିତଙ୍କ ଦୁର୍ଦ୍ଦଶା

ଏରସମା ବ୍ଲକର ହରିପା, ପୋଦନା ଓ ସୋମପୁର ଆଦି ବର୍ଷା ପାଣିରେ ଆଜି ମଧ୍ୟ ବୁଡିଥିବାବେଳେ କୁଜଙ୍ଗ ଓ ତିର୍ତ୍ତୋଲର ବିଭିନ୍ନ ଗାଁ ମଧ୍ୟରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକେ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ବ୍ଲକ ବନ୍ୟା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏରସମା ବ୍ଲକର ହରିପା, ପୋଦନା ଓ ସୋମପୁର ଆଦି ବର୍ଷା ପାଣିରେ ଆଜି ମଧ୍ୟ ବୁଡିଥିବାବେଳେ କୁଜଙ୍ଗ ଓ ତିର୍ତ୍ତୋଲର ବିଭିନ୍ନ ଗାଁ ମଧ୍ୟରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକେ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁହକୁ ତୁହା ବର୍ଷା ହେଉଥିବାରୁ ସମସ୍ୟା ଦୁଇ ଗୁଣିତ ହୋଇଛି।

କମିଛି ବର୍ଷା ଓ ବନ୍ୟା, ବଢୁଛି ପ୍ରଭାବିତଙ୍କ ଦୁର୍ଦ୍ଦଶା

ସପ୍ତାହେ ହେବ ଗାଁରେ ପାଣି ଜମି ରହିଥିବାରୁ ଲୋକଙ୍କ ପକ୍ଷେ ଯିବାଆସିବାରେ ସମସ୍ୟା ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲେ ବି ଅନ୍ୟ କେତେକ ସ୍ଥାନରେ ପ୍ରଶାସନ ପହଞ୍ଚି ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟ ପକ୍ଷରେ ଗୃହପାଳିତ ପଶୁଙ୍କ ସମସ୍ୟା ମଧ୍ୟ ତଦୃପ ହୋଇଛି । ପ୍ରଶାସନ ପକ୍ଷରୁ ଗୋ-ଖାଦ୍ୟ ଯୋଗାଇ ଦେବାକୁ କୁହାଯାଇଥିଲେ ମଧ୍ୟ ତାହା ଦିଆଯାଇ ନାହିଁ।

ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲ୍ଲାର ତିନିଟି ବ୍ଲକ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.