ସମୁଦ୍ରରେ ବଢୁଛି ଆବର୍ଜନା, ସଚେତନତା ଅଭିଯାନ ଆରମ୍ଭ କଲା କୋଷ୍ଟ ଗାର୍ଡ

author img

By

Published : Sep 19, 2021, 10:52 AM IST

Updated : Sep 19, 2021, 12:14 PM IST

ସମୁଦ୍ରରେ ବଢୁଛି ଆବର୍ଜନା, କୋଷ୍ଟ ଗାର୍ଡ ପକ୍ଷରୁ ସଚେତନତା ଅଭିଯାନ

ସମୁଦ୍ରରେ ବଢୁଛି ଆବର୍ଜନା । ଯଦ୍ବାରା ପ୍ରାଣୀ ଓ ଉଦ୍ଭିଦ ଜଗତ ଉଭୟ ପ୍ରଭାବିତ ହେଉଛନ୍ତି । ତେବେ ଏନେଇ କୋଷ୍ଟ ଗାର୍ଡ ପକ୍ଷରୁ ଆରମ୍ଭ ହୋଇଯାଇଛି ସଚେତନତା ଅଭିଯାନ । ଅଧିକ ପଢନ୍ତୁ...

ପାରାଦ୍ବୀପ: ସମୁଦ୍ରରେ ବଢୁଛି ଆବର୍ଜନା । ପରିବେଶରୁ ବାହାରୁଥିବା ଆବର୍ଜନା/ ଅପରିଷ୍କାର ପଦାର୍ଥ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପରିଷ୍କାର ନକରି ସିଧା ସଳଖ ଜଳାଶୟକୁ ନିଷ୍କାସନ କରାଯାଉଛି । ଯଦ୍ବାରା ପ୍ରାଣୀ ଓ ଉଦ୍ଭିଦ ଜଗତ ଉଭୟ ପ୍ରଭାବିତ ହେଉଛନ୍ତି । ତେବେ ଏନେଇ କୋଷ୍ଟ ଗାର୍ଡ ପକ୍ଷରୁ ଆରମ୍ଭ ହୋଇଯାଇଛି ସଚେତନତା ଅଭିଯାନ । ସମୁଦ୍ର ମଧ୍ୟରେ ଆବର୍ଜନାକୁ ନେଇ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଷ୍ଟ ଗାର୍ଡର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସମୁଦ୍ରରେ ମନୁଷ୍ୟକୃତ ଆବର୍ଜନାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ସମୁଦ୍ରରେ ବଢୁଛି ଆବର୍ଜନା, କୋଷ୍ଟ ଗାର୍ଡ ପକ୍ଷରୁ ସଚେତନତା ଅଭିଯାନ

ବର୍ଷ ବର୍ଷ ଧରି ସମଗ୍ର ପୃଥିବୀରେ ସୃଷ୍ଟି ହେଉଥିବା ମନୁଷ୍ୟକୃତ ବର୍ଜ୍ୟବସ୍ତୁ ପାଇଁ ସମୁଦ୍ରକୁ ଏକ ସୁବିଧାଜନକ ଡମ୍ପିଂ ଗ୍ରାଉଣ୍ଡ ଭାବେ ବ୍ୟବହାର କରାଯାଉଛି। ଏହାକୁ ନେଇ 1986 ମସିହାରେ ଜାତିସଂଘ ଉଦବେଗ ପ୍ରକାଶ କରିବା ସହ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ୟୁଏନସି ପକ୍ଷରୁ 16 ମିଲିୟନରୁ ଅଧିକ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ପ୍ରାୟ 154 ନିୟୁତ କେଜି ଆବର୍ଜନା ସମୁଦ୍ର ମଧ୍ୟରୁ ସଂଗ୍ରହ କରାଯାଇଥିଲା। ଏହାକୁ ନେଇ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ସମୁଦ୍ର ଗର୍ଭରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ସହ ସମୁଦ୍ର ମଧ୍ୟକୁ ଆବର୍ଜନା ନ ପକାଇବାକୁ ସଚେତନ କରାଇଥିଲେ।

ବିଭିନ୍ନ ହୋଟେଲ ଓ ଶିଳ୍ପ ସଂସ୍ଥାମନେ ସମୁଦ୍ରକୁ ବେଶେଷ ଭାବରେ ପ୍ରଦୂଷଣ କରୁଥିବା ବେଳେ ଏହାକୁ ନେଇ ଲୋକେ ସଚେତନ ହେବା ଜରୁରୀ ବୋଲି କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Sep 19, 2021, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.