ମହାନଦୀ ମୁହାଁଣରେ ପୁଣି ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା, 5 ଉଦ୍ଧାର

author img

By

Published : Oct 4, 2021, 5:08 PM IST

boat tragedy in mahanadi of Paradip 5 man rescue

ମହାନଦୀ ମୁହାଁଣରେ ପୁଣି ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଉଦ୍ଧାରକାରୀ ଦଳ ସମୁଦ୍ର ମଧ୍ୟରେ ଖୋଜାଖୋଜି କରିବା ପରେ ଜୀବିତ ଅବସ୍ଥାରେ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ପୁଣି ମହାନଦୀ ମୁହାଁଣ ସମୁଦ୍ରରେ ଡଙ୍ଗା ବୁଡିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଥିବା ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଛି । ଗଭୀର ସମୁଦ୍ରରୁ ୫ ଜଣ ମତ୍ସ୍ୟଜୀବୀ ମାଛ ମାରି ଫେରୁଥିବା ସମୟରେ ମହାନଦୀ ମୁହାଁଣ ନିକଟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା ।

ମହାନଦୀ ମୁହାଁଣରେ ପୁଣି ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା,5 ଉଦ୍ଧାର

ସୂଚନା ଅନୁଯାୟୀ ପାରାଦ୍ବୀପ ମହାନଦୀ ମୁହାଁଣରେ ଦିନ ଦୁଇଟା ସମୟରେ ଗଭୀର ସମୁଦ୍ରରୁ ୫ଜଣ ମତ୍ସ୍ୟଜୀବୀ ମାଛ ମାରି ଫେରୁଥିବା ସମୟରେ ନେହୁରୁ ବଙ୍ଗଳା ନିକଟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ୫ ଜଣ ନିଖୋଜ ହୋଇ ଯାଇଥିଲେ। ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଉଦ୍ଧାରକାରୀ ଦଳ ସମୁଦ୍ର ମଧ୍ୟରେ ଖୋଜାଖୋଜି କରିବା ପରେ ଜୀବିତ ଅବସ୍ଥାରେ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ନେହୁରୁ ବଙ୍ଗଳା ନିକଟ ସମୁଦ୍ର ମୁହାଁଣରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମତ୍ସ୍ୟଜୀବୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ବିଶେଷ କରି ସମୁଦ୍ର ଅଶାନ୍ତ ରହୁଥିବାରୁ ପ୍ରବଳ ଲହଡି ମାଡରେ ଡଙ୍ଗା ବୁଡି ଯାଉଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ଗତ ମାସ ନିର୍ଦ୍ଧିଷ୍ଟ ସେହି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ପାଞ୍ଚ ଦିନ ପରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସମୁଦ୍ର ତଟରୁ ଉଦ୍ଧାର କରାଯାଇଥିଲା।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.