କୋଭିଡ କଟକଣା ସହ ଜଗତସିଂହପୁରରେ ପାର୍ବଣ ଶେଷ

author img

By

Published : Oct 15, 2021, 10:25 PM IST

କୋଭିଡ କଟକଣା ସହ ଜଗତସିଂହପୁରରେ ପାର୍ବଣ ଶେଷ

ପାରାଦ୍ୱୀପ ଓ ଜଗତସିଂହପୁର ସହରରେ କୋଭିଡ କଟକଣାରେ ପାଳିତ ହୋଇଛି ବିଜୟା ଦଶମୀ । ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ନିରାଡ଼ମ୍ବର ଭାବରେ ମା'ଙ୍କ ପୂଜା କରାଯାଇଛି । ଅଧିକ ପଢ଼ନ୍ତୁ...

ଜଗତସିଂହପୁର: ପାରାଦ୍ୱୀପ ଓ ଜଗତସିଂହପୁର ସହରରେ କୋଭିଡ କଟକଣାରେ ପାଳିତ ହୋଇଛି ବିଜୟା ଦଶମୀ । ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ନିରାଡ଼ମ୍ବର ଭାବରେ ମା'ଙ୍କ ପୂଜା କରାଯାଇଛି । ପୂଜା ମଣ୍ଡପରେ ଆଜି ଶ୍ରବଣା ନକ୍ଷେତ୍ର ଆସିବା ପରେ ଅପରାଜିତା ପୂଜା କରାଯାଇ ମା'ଙ୍କ ବିସର୍ଜନ ପୂଜା କରାଯାଇଛି । ଆସନ୍ତାକାଲି(ଶନିବାର) ଦିନ ମା'ଙ୍କୁ ମେଲାଣି ଦିଆଯିବ । ହାଟ ବଜାର ଓ ପୁରୋହିତପୁର ନିକଟରେ ଅସ୍ଥାୟୀ ପୋଖରୀରେ ମା'ଙ୍କ ମୃଣ୍ମୟୀ ମୁର୍ତ୍ତି ବିସର୍ଜନ କରାଯିବା ବ୍ୟବସ୍ଥା କରାଯାଇଛି ।

କୋଭିଡ କଟକଣା ସହ ଜଗତସିଂହପୁରରେ ପାର୍ବଣ ଶେଷ

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜଗତସିଂହପୁରର ପ୍ରମୁଖ ଶ୍ରୀରାମ କ୍ଲବ ପକ୍ଷରୁ ରାବଣ ପୋଡି ଉତ୍ସବକୁ ବନ୍ଦ କରି କେବଳ ରୀତିନୀତି ଅନୁଯାୟୀ ଭଗବାନ ରାମଙ୍କ ପୂଜାର୍ଚ୍ଚନା କରାଯାଇଛି ।


ପାର୍ବଣର ଶେଷ ଦିନରେ ସହରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜଗତସିଂହପୁର ସହରରେ ଚଳିତ ବର୍ଷ 30ରୁ ଅଧିକ ପୂଜା ମଣ୍ଡପରେ ଦେବୀ ମା' ଦୁର୍ଗାଙ୍କ ପୂଜା ହୋଇଥିଲା । କୋଭିଡ କଟକଣା ଯୋଗୁଁ ବାହାର ଦର୍ଶକଙ୍କୁ ଦେବୀ ଦର୍ଶନ ବାରଣ କରାଯାଇଥିଲା ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.