ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

author img

By

Published : Nov 29, 2022, 9:57 PM IST

ସାମୁଦ୍ରିକ କଇଁଛଙ୍କ ସୁରକ୍ଷାକୁ ନେଇ ବନବିଭାଗର ତତ୍ପରତା

ସରକାରଙ୍କୁ ଏବେ ସାମୁଦ୍ରିକ କଇଁଛ ଚିନ୍ତା । ସାମୁଦ୍ରିକ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେଉଥିବାରୁ ବନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ଜଗତସିଂହପୁର : ସରକାରଙ୍କୁ ଏବେ ସାମୁଦ୍ରିକ କଇଁଛ ଚିନ୍ତା । ସାମୁଦ୍ରିକ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେଉଥିବାରୁ ବନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । କଇଁଛମାନେ କିଭଳି ସୁରକ୍ଷିତ ଭାବେ ଅଣ୍ଡା ଦେଇ ପାରିବେ ଏନେଇ ସଚେତନତା ଶିିବିର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବନବିଭାଗ, ମତ୍ସ୍ୟ ବିଭାଗ, ଜଟାଧାରୀ ପୋଲିସ ଓ ପାରାଦୀପ ଟ୍ରଲର ଆସୋସିଏସନ ଉପସ୍ଥିତ ଥିଲେ ।

ସାମୁଦ୍ରିକ କଇଁଛଙ୍କ ସୁରକ୍ଷାକୁ ନେଇ ବନବିଭାଗର ତତ୍ପରତା

ଏଥିରେ ବନ ବିଭାଗ ପକ୍ଷରୁ ମତ୍ସଜୀବୀମାନେ କଇଁଛଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବୁଝାଇଥିଲେ । କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଯେପରି ଗତିଶୀଳ ହୋଇ ପାରିବ ସେନେଇ ଆଲୋଚନା କରିଥିଲେ । ଏହାସହ ସାମୁଦ୍ରିକ କଇଁଛ ମାନଙ୍କ ସୁରକ୍ଷା ପାଇଁ ପାରାଦ୍ୱୀପ ବନବିଭାଗ ପକ୍ଷରୁ ସମୁଦ୍ରର 5 କିଲୋମିଟର ଦୂରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏ ସମ୍ପର୍କରେ କୁଜଙ୍ଗ ବନ ଅଧିକାରୀ ରଞ୍ଜନ କୁମାର ମିଶ୍ର କହିଛନ୍ତି ''କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେଣୁ ସମୁଦ୍ରର ୫ କିମି ଭିତରକୁ କେହି ଯେପରି ମତ୍ସ୍ୟଜୀବୀ ନଯାଆନ୍ତି । ଯେଉଁ ସାମୁଦ୍ରିକ କଇଁଛ ଅଣ୍ଡା ଦେବାକୁ ଆସୁଛନ୍ତି ତାହାର କିପରି ସୁରକ୍ଷା ଦିଆଯାଇପାରିବ । ଏପରିକି ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଛନ୍ତି ସେମାନେ ଧ୍ୟାନ ଦେବା ଉଚିତ ଯେପରି ସମୁଦ୍ର ଭିତରେ ଥିବା କଇଁଛ ଉପରେ କୌଣସି କୁପ୍ରଭାବ ନପଡ଼େ ।''

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.