ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ରାଜନୀତି ନ କରିବାକୁ ବାପାଙ୍କ ନିବେଦନ

author img

By

Published : Sep 25, 2022, 10:09 AM IST

asha worker gangrape case in paradeep father requested not to do politics

ଜଗତସିଂହପୁର ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହାକୁ ନେଇ ରାଜନୀତି ନକରିବା ପାଇଁ ନିବେଦନ କଲେ ଆଶାକର୍ମୀଙ୍କ ବାପା। ଅଧିକ ପଢ଼ନ୍ତୁ

ପାରାଦ୍ବୀପ: ବହୁ ଚର୍ଚ୍ଚିତ ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାକୁ ନେଇ ରାଜନୀତିକରଣ କରାଯାଉଥିବା ଆଶାକର୍ମୀଙ୍କ ବାପା ଅଭିଯୋଗ କରିଛନ୍ତି । କିଛି ଦଳ ବାରମ୍ବାର ଝିଅର ନାମ ନେଇ ରାଜନୀତି କରୁଛନ୍ତି । ଯାହା ଫଳରେ ଝିଅ ମାନସିକ ସ୍ତରରେ ଆଘାତ ପାଉଥିବା ବାପା କହିଛନ୍ତି । ତେଣୁ ଏଭଳି ନକରିବା ପାଇଁ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି," ମୋ ଝିଅ ସହ ଯେଉଁ ଘଟଣା ଘଟିଲା ସେନେଇ ଆମେ ଥାନାରେ ଏତଲା ଦେଇଛୁ । ପୋଲିସ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରି ତଦନ୍ତ ଜାରି ରଖିଛି । କିନ୍ତୁ ସେହି ଘଟଣାକୁ ବାରମ୍ବାର ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବାରୁ ଆମ ସମ୍ମାନ ହାନୀ ହେଉଛି । ରାଜନୈତିକ ଦଳ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ରାଜନୀତି କରୁଛନ୍ତି ।" ତେଣୁ ଏଭଳି ନ କରିବା ପାଇଁ ସେ ରାଜନୈତିକ ଦଳ ମାନଙ୍କୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ନ୍ୟାୟ ଦାବିରେ ଆଶାକର୍ମୀ ସଂଘର ଥାନା ଘେରାଉ

ସୂଚନାଯୋଗ୍ୟ, ଗତ 26 ତାରିଖ ଦିନ ପାରାଦ୍ୱୀପର ନେହୁର ବଙ୍ଗଳା ନିକଟରେ 4 ଜଣ ଯୁବକ ଜଣେ ଆଶାକର୍ମୀଙ୍କୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆଶା କର୍ମୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୩ ଜଣ ତାଙ୍କୁ ସହଯୋଗ କରିଥିଲେ ବୋଲି ଏତଲାରେ ଦର୍ଶାଇଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ପୀଡିତାଙ୍କୁ ସେଠାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା । ପୀଡ଼ିତାଙ୍କ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେତେକ ରାଜନୈତିକ ଦଳ ପକ୍ଷରୁ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବାରମ୍ବାର ଏହି ଘଟଣାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପୀଡ଼ିତାଙ୍କ ବାପା ନିବେଦନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.