IOCL ଧୂଆଁ ନିର୍ଗତ ଚେମେନିରେ ନିଆଁ, ଲୋକେ ଭୟଭୀତ

author img

By

Published : Nov 19, 2022, 10:19 AM IST

ଧୂଆଁ ନିର୍ଗତ ଚେମେନିରେ ନିଆଁ, ଲୋକେ ଭୟଭୀତ

IOCLର ଧୂଆଁ ନିର୍ଗତ ଚେମେନି ଟାୱାରରେ ନିଆଁ । ଚେମେନିରେ ନିଆଁ ଦେଖି ସ୍ଥାନୀୟ ଲୋକ ଭୟଭୀତ । ଅଧିକ ପଢନ୍ତୁ

ପାରାଦ୍ବୀପ: IOCLର ଧୂଆଁ ନିର୍ଗତ ଚେମେନି ଟାୱାରରେ ନିଆଁ । ଏନେଇ ଲୋକେ ଭୟଭୀତ । ପାରାଦ୍ବୀପରେ ଛତୁ ଫୁଟିଲା ପରି ଗଢି ଉଠୁଛି ଛୋଟ ବଡ ଶିଳ୍ପାନୁଷ୍ଠାନ । ହେଲେ ପାରାଦ୍ବୀପବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ କେତେ ସଚେତନ ଅଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇଫ୍କୋ ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ସଂସ୍ଥାମାନେ ବିଷାକ୍ତ ଆମୋନିଆ ଭଳି ଗ୍ୟାସ ବ୍ୟବହାର କରି ସେମାନଙ୍କ ପ୍ରଡକ୍ଟ ଉତ୍ପାଦନ କରିଥାନ୍ତି । ବିଷାକ୍ତ ଆମୋନିଆ ଗ୍ୟାସର ସୁରକ୍ଷାକୁ ନେଇ ପ୍ରଶାସନ ବିଭିନ୍ନ ସମୟରେ ଯାଞ୍ଚ କରିବା ସହ ଏହି ଗ୍ୟାସ ଯେଭଳି ସୁରକ୍ଷିତ ରହି ପାରିବ ତାକୁ ନେଇ କମ୍ପାନୀ ମାନଙ୍କୁ ତାଗିଦ କରିଥାଏ ।

ଧୂଆଁ ନିର୍ଗତ ଚେମେନିରେ ନିଆଁ, ଲୋକେ ଭୟଭୀତ

ତେବେ ପାରାଦ୍ବୀପ ସହରରେ ଶହରୁ ଅଧିକ ଛୋଟ ବଡ ଶିଳ୍ପ ସଂସ୍ଥା ମାନେ ଆମୋନିଆ ଗ୍ୟାସ ବ୍ୟବହାର କରୁଛନ୍ତି । ଏନେଇ ଗତ ମେ ମାସରେ ପାରାଦ୍ବୀପର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବିଷାକ୍ତ ଆମୋନିଆ ଗ୍ୟାସ ଲିକ ହୋଇ 3 ଜଣ ଲୋକ ଗୁରୁତର ହୋଇଥିଲେ । ଯାହାକୁ ନେଇ ସେ ସମୟରେ ଲୋକେ ଭୟଭୀତ ହୋଇ ରହିଥିଲେ । ଏନେଇ ପୁଣିଥରେ ଗତକାଲି ରାତିରେ IOCLର ଧୂଆଁ ନିର୍ଗତ ଚେମେନି ଟାୱାର ହଟାତ ଜଳିବାକୁ ଲାଗିଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ IOCL ଠାରୁ 5 କିଲୋମିଟର ପର୍ଯ୍ୟନ୍ତ ଏହା ଉଜ୍ଜ୍ବଳ ଦେଖା ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ତେବେ ପାରାଦ୍ବୀପବାସୀଙ୍କ ମନରେ ବିଷାକ୍ତ ଆମୋନିଆ ଗ୍ୟାସର ଭୟ ସବୁବେଳେ ରହିଥିବା ବେଳେ ଗତକାଲି ରାତିରେ ଜଳୁଥିବା ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଆହୁରି ଭୟଭୀତ କରିଛି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.