ଚଳନ୍ତା ଟ୍ରେନରେ ଗୁଣିଆ ସନ୍ଦେହରେ ମହିଳାଙ୍କୁ ମାଡ, ଭିଡିଓ ଭାଇରାଲ

author img

By

Published : Sep 21, 2022, 8:33 PM IST

ଚଳନ୍ତା ଟ୍ରେନରେ ଗୁଣିଆ ସନ୍ଦେହରେ ମହିଳାଙ୍କୁ ମାଡ଼,  ଭିଡିଓ ଭାଇରାଲ

ଗୁଣିଆ ସନ୍ଦେହରେ ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କୁ ମାଡ଼ ମାରିଲେ ଟ୍ରେନ୍‌ ଯାତ୍ରୀ (women beaten by train passengers) । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ଗୁଣିଆ ସନ୍ଦେହରେ ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କୁ ମାଡ଼ । ନିରାକାରପୁର ରେଳଷ୍ଟେସନ ନିକଟରେ ଏହି ଘଟଣା ଘଟିଥିବା କଥା କୁହାଯାଉଛି (women beaten by train passengers ) । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଟ୍ରେନ୍‌ର କିଛି ଯାତ୍ରୀ ଉତ୍ତେଜିତ ହୋଇ ଜଣେ ମହିଳାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଭିଡିଓ ଉତ୍ତୋଳନ ପୂର୍ବରୁ ମହିଳାଙ୍କୁ ଯାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଚଳନ୍ତା ଟ୍ରେନରେ ଗୁଣିଆ ସନ୍ଦେହରେ ମହିଳାଙ୍କୁ ମାଡ଼, ଭିଡିଓ ଭାଇରାଲ

ପଲାସାରୁ କଟକ ଯାଉଥିବା ଏକ ଡିଏମ୍‌ୟୁ ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଯାତ୍ରା କରୁଥିଲେ । ତେବେ ସେ ଧରିଥିବା ବ୍ୟାଗ୍‌ରେ ମଇଁଷି ମୁଣ୍ଡ ସହ ଅନ୍ୟ ଏକ ପ୍ରାଣୀର କଙ୍କାଳ ନେଇ ଯାଉଥିବା ଟ୍ରେନ୍‌ର ଅନ୍ୟ ଯାତ୍ରୀ ସନ୍ଦେହ କରିଥିଲେ । ଏହାକୁ ନେଇ ମହିଳାଙ୍କୁ ବ୍ୟାଗ୍‌ ଖୋଲି ଦେଖାଇବାକୁ କହିଥିଲେ ଟ୍ରେନ୍‌ ଥିବା ଯାତ୍ରୀ । ଏହାକୁ ନେଇ ମହିଳା ଜଣକ ବିରୋଧ କରିବା ସହ କାମୁଡ଼ିବାକୁ ଗୋଡ଼ାଇଥିଲେ । ଏହାପରେ ବ୍ୟାଗ୍‌ରେ ରଖିଥିବା ହଳଦୀ ମିଶା ଚାଉଳ ଲୋକଙ୍କ ଉପରକୁ ଫୋପାଡ଼ିଥିଲେ ।

ମହିଳାଙ୍କ ଅସ୍ବାଭାବିକ ବ୍ୟବାହର ପରେ ଟ୍ରେନ୍‌ରେ ଥିବା ଯାତ୍ରୀ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ମାଡ଼ ମାରିଥିଲେ । ଏହି ସମସ୍ତ ଘଟଣାକୁ ଅନ୍ୟ କେତେକ ଯାତ୍ରୀ ନିଜ ମୋବାଇଲ୍‌ରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ପ୍ରକୃତ ପରିଚୟ ମିଳି ପାରିନାହିଁ ।

ମହିଳା ଜଣକ ବିଭିନ୍ନ ପ୍ରକାର ମାଳି ଲଗାଇଥିବା ବେଳେ ହାତରେ ଅନେକ ମୁଦି ପିନ୍ଧିଥିଲେ । ମହିଳା ଜଣକ ଭୁବନେଶ୍ବର ରେଳ ଷ୍ଟେସନ୍‌ର ଓହ୍ଲାଇ ପଡ଼ିଥିବା ସୂଚନା ମିଳିଛି । ମାନସିକ ବିକୃତ ନା ଅନ୍ୟ କେଉଁ କାରଣ ପାଇଁ ମହିଳା ଜଣକ ଏଭଳି ଜିନିଷି ନେଇ ଯାଉଥିଲେ ତାହା ସ୍ପଷ୍ଟ ହୋଇପାରିନି । ସେପଟେ ଏଭଳି ଭିଡିଓ ଭାଇରାଲ୍‌ ହେବାପରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ମାମଲା ରୁଜୁ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.