Landslide: ସୋରଡା-ଦାରିଙ୍ଗିବାଡି ରାସ୍ତାରେ ଧସିଲା ମାଟି, ଯାତାୟାତ ଠପ

author img

By

Published : Sep 21, 2022, 8:53 PM IST

ସୋରଡା ଦାରିଙ୍ଗିବାଡି 59 ନମ୍ବର ଜାତୀୟ ରାଜପଥକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ସୋରଡାଠାରୁ ଦାରିଙ୍ଗିବାଡି 59 ନମ୍ବର ଜାତୀୟ ରାଜପଥକୁ ଯାତାୟତ ବନ୍ଦ କଲା ଜିଲ୍ଲା ପ୍ରଶାସନ । ସୋରଡା ଦାରିଙ୍ଗିବାଡି ରାସ୍ତାରେ ମାଟି ଧସିବା ଯୋଗୁଁ ଯିବା ଆସିବା ଠପ । ଅଧିକ ପଢନ୍ତୁ

ଗଞ୍ଜାମ: ସୋରଡାଠାରୁ ଦାରିଙ୍ଗିବାଡି 59 ନମ୍ବର ଜାତୀୟ ରାଜପଥକୁ ବନ୍ଦ କଲା ପ୍ରାଶାସନ । 59 ନମ୍ବର ଜାତୀୟ ରାଜପଥରେ ମାଟି ଧସିବା କାରଣରୁ ଆଗୁଆ ସତର୍କତା ଜାରି କରି ପ୍ରଶାସନ ଯାତାୟତ ବନ୍ଦ କରିଛି (sorada daringibadi national highway closed by district administration after landslide ) । ଦୁଇ ଦିନ ହେବ ଘାଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବର୍ଷା କାରଣରୁ ଦାରିଙ୍ଗିବାଡି ଘାଟି ରାସ୍ତାର 4 ନମ୍ବର ବୁଲାଣିରେ ପିଚୁ ରାସ୍ତାରୁ ମାଟି ଖସି ଯାଇଛି । ତେଣୁ ଆଗୁଆ ସତର୍କତା ଅବଲମ୍ବନ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ରାସ୍ତାରେ ଯେମିତି କୌଣସି ଦୁର୍ଘଟଣା ନ ଘଟେ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଯାତାୟତ ଠପ ହୋଇଛି । ତେବେ ଦୁଇ ଦିନ ହେବ ବର୍ଷା ଜାରି ରହିଥିବାରୁ ରାସ୍ତାରୁ ଆହୁରି ମାଟି ଖସିବା ଅନୁମାନ କରାଯାଇଛି । ସେପଟେ ଦାରିଙ୍ଗିବାଡି ଘାଟିରେ ବର୍ଷା କାରଣରୁ କାହାର କିଛି କ୍ଷତି ନ ହୋଇ ଏପର୍ଯ୍ୟନ୍ତ ସୂଚନା ରହିଛି ।

ସୋରଡା ଦାରିଙ୍ଗିବାଡି 59 ନମ୍ବର ଜାତୀୟ ରାଜପଥକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଏନେଇ ପ୍ରଶାସନ ତରଫରୁ ବହୁ ସତର୍କତା ଅବଲମ୍ବନ କରାଯାଇଛି । ସୋରଡ଼ା ପୋଲିସ ବସ ଓ ଟ୍ରକ ୟୁନିୟନକୁ ସତର୍କ କରାଇ ଦେଇଛି l ପୋଲିସ ପକ୍ଷରୁ ବସ ଓ ଟ୍ରକ ୟୁନିୟନକୁ ସୂଚନା ଦିଆଯାଇଛି ସୋରଡାଠାରୁ ଦାରିଙ୍ଗିବାଡି ଜାତୀୟ ରାଜପଥ 59 ନମ୍ବର ରାସ୍ତାକୁ ବନ୍ଦ କରାଯାଇଛି । ବର୍ଷା କାରଣରୁ ଜାତୀୟ ରାଜପଥ 59 ନମ୍ବର ରାସ୍ତାରେ ମାଟି ଖସିବା ଆଶଙ୍କା ରହିଛି । ତେଣୁ ଦାରିଙ୍ଗିବାଡି ଘାଟି ରାସ୍ତାର 4 ନମ୍ବର ବୁଲାଣିରେ ପିଚୁ ରାସ୍ତାରୁ ମାଟି ଖସି ଯାଇଛି । ପ୍ରଶାସନ ତରଫରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ରାସ୍ତାରେ ଯେମିତି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଯାତାୟତ ଠପ ହୋଇଛି । ଦାରିଙ୍ଗବାଡିରୁ ବ୍ରହ୍ମପୁରକୁ ଘାଟି ରାସ୍ତାଦେଇ ଗାଡି ଚଳାଚଳକୁ ବାରଣ କରାଯାଇଥିବାବେଳେ ସୋରଡ଼ା ପଟୁ ରାତିରେ ଦାରିଙ୍ଗବାଡି ଯିବାକୁ ଘାଟି ରାସ୍ତରେ ଯିବାକୁ ବାରଣ କରାଯାଇଛି l

ଏହା ମଧ୍ୟ ପଢନ୍ତୁ...ସ୍ଥଳଭାଗ ମୁହାଁ ଲଘୁଚାପ, ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେପଟେ ମାଟି ଅତଡା ଖସି ଦୁର୍ଘଟଣା ଘଟିବା କଥା ଆଗରୁ ବହୁତ ଥର ସାମ୍ନାକୁ ଆସିଛି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.