ସମେଟିଭ ପରୀକ୍ଷା ଫି ପ୍ରତ୍ୟାହାର ଦାବି

author img

By

Published : Sep 14, 2022, 9:04 PM IST

Updated : Sep 14, 2022, 9:10 PM IST

ସମେଟିଭ ପରୀକ୍ଷା ଫିଜ୍‌ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫି ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଫିଜ୍‌ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ । ବୋର୍ଡ କତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ । ଅଧିକ ପଢନ୍ତୁ

ବ୍ରହ୍ମପୁର: ସମେଟିଭ ପରୀକ୍ଷା ଫି ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫି ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଲ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବୋର୍ଡ କତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ରହ୍ମପର ସହର ସ୍ଥିତ ଆମ୍ୱପୁଆ ମାଧ୍ୟମିକ ଶିକ୍ଷା ପରିଷଦର ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ଯରେ ଅନେକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ କୋଭିଡ ମହାମାରୀ ସମୟରେ ଅନେକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ସମେଟିଭ ପରୀକ୍ଷା ନାମରେ ଫର୍ମ ପୂରଣ କରିବା ପାଇଁ 420 ଟଙ୍କା ଫିଜ୍ ଆଦାୟ କରିବାକୁ ନିଆଯାଇଥିବା ନିଷ୍ପତ୍ତି ହୋଇଛି ।

ସମେଟିଭ ପରୀକ୍ଷା ଫି ପ୍ରତ୍ୟାହାର ଦାବି

ଯେଉଁ କାରଣରୁ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ପରିବାରର ଛାତ୍ର/ଛାତ୍ରୀ ଫର୍ମ ପୂରଣ କରିନପାରି ପରୀକ୍ଷା ଦେବାରୁ ବଞ୍ଚିତ ହେବେ । କେବଳ ଦଶମ ଶ୍ରେଣୀ ନୁହେଁ ନବମ ଶ୍ରେଣୀରେ ମଧ୍ୟ ସମେଟିଭ ପରୀକ୍ଷା ଆଳରେ ଫିଜ୍ ଆଦାୟ କରାଯିବ । ତେଣୁ ଦଶମ ଶ୍ରେଣୀ ଓ ନବମ ଶ୍ରେଣୀ ସମେଟିଭ ପରୀକ୍ଷାକୁ ମିଶାଇ ଚାରିଥର ଫିଜ୍ ଦେବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବ ନୁହେଁ । ଏଭଳି ଫିଜ୍ ଆଦାୟ କରିବା ନିୟମ ଆଗରୁ ନଥିଲା । ଚଳିତ ବର୍ଷରୁ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ନିୟମ ଲାଗୁ କରାଯାଇଛି । ଚଳିତବର୍ଷରୁ ଏହି ଭଳି ଫିଜ୍ ଆଦାୟ କରିବାକୁ ରହିଥିବାରୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ଏହି ବିକ୍ଷୋଭରେ ଅଲ ଇଣ୍ଡିଆ ଡି.ଏସ୍.ଓ ର ରାଜ୍ୟ ସଭାପତି ସୋମନାଥ ବେହେରା , ଜିଲ୍ଲା ସଂପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟମ ସାହୁ, କିଶାନ୍ ସାହୁ, ଶୁଭସ୍ମିତା ପାଣିଗ୍ରାହ , ଆଲିଭା ଦାଶ ପ୍ରମୁଖ ଉପସ୍ଥିତ ରହି ଏହି ଅବସରରେ ବୋର୍ଡ କତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏନେଇ ଅଲ ଇଣ୍ଡିଆ ଡି.ଏସ୍.ଓ ରାଜ୍ୟ ସଭାପତି ସୋମନାଥ ବେହେରା କହିଛନ୍ତି "ପୂର୍ବରୁ ପିଲାମାନେ ବାର୍ଷିକ ପରୀକ୍ଷା ଦେଉଥିଲେ । ୨୦୦ ଟଙ୍କା ଭିତରେ ସେମାନେ ତାଙ୍କର ଫର୍ମ ଆବେଦନ କରୁଥିଲେ । ଏହି ଫିଜ୍ ସହଜ ଭାବରେ ପିଲାମାନେ ଦେଇପାରୁଥିଲେ । ବର୍ତ୍ତମାନ ସେମିଷ୍ଟାର ସିଷ୍ଟମ ଲାଗୁ ହୋଇଛି ବର୍ଷକୁ ଦୁଇଟି ପରୀକ୍ଷା କରାଯିବ । ପ୍ରଥମ ସମେଟିଭ ମିଶାଇ ଯଦି ୪୨୦ ଟଙ୍କା ଦେବେ ତାହେଲେ ଅନ୍ୟାନ୍ୟ ଫିଜ୍ ମିଶାଇଲେ ତାହା ୫୦୦ ଟଙ୍କା ଉପରେ ରହିବ । ବର୍ଷକୁ ଦୁଇଥର ଦେଲେ ତାହା ୧୦୦୦ ଟଙ୍କାରୁ ଅଧିକ ରହିବ । କରୋନା କାଳରେ ଲୋକେ କାମଧନ୍ଦା ହରାଇଛନ୍ତି । ସମସ୍ତଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏଭଳି ପରିସ୍ଥିତିରେ ପାଞ୍ଚଗୁଣା ଫିଜ୍ ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ଆମେ ଦୃଢ ବିରୋଧ କରୁଛୁ ।"

ବ୍ରହ୍ମପୁର, ଇଟିଭି ଭାରତ

Last Updated :Sep 14, 2022, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.