ଗଞ୍ଜେଇ ଚଢ଼ାଉ ବେଳେ ମିଳିଲା ୩୩ ଲକ୍ଷରୁ ଅଧିକ !

author img

By

Published : Sep 13, 2022, 7:44 PM IST

ଗଞ୍ଜେଇ ଚଢ଼ାଉ ବେଳେ ମିଳିଲା ୩୩ ଲକ୍ଷରୁ ଅଧିକ !

ଗଞ୍ଜେଇ ଧରପଗଡ଼ କରୁଥିଲା ଅବକାରୀ ଗୁଇନ୍ଦା ବିଭାଗ । ହେଲେ ବ୍ୟାଗ ଯାଂଚ ବେଳେ ଧରାପଡିଲା ବିଡ଼ା ବିଡ଼ା ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ । ଅବକାରୀ ଗୁଇନ୍ଦା ବିଭାଗ ବୀଣାପାଣି ବସ୍ ଯାଂଚ କରିବା ବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌ରୁ ମିଳିଥିଲା 33ଲକ୍ଷରୁ ଅଧିକ ଟଙ୍କା । ଅଧିକ ପଢନ୍ତୁ

ବ୍ରହ୍ମପୁର: ପୁଣି ଥରେ ଧରାପଡିଲା ଲକ୍ଷ ଲକ୍ଷ ଟଙ୍କା । ଗଞ୍ଜେଇ ଧରପଗଡ଼ ବେଳେ ଧରାପଡ଼ିଲା ନଗଦ 33ଲକ୍ଷରୁ ଅଧିକ ଟଙ୍କା । ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଥିବା କର୍ମଚାରୀଙ୍କ ହାବୁଡ଼ରେ ପଡିଲା 33ଲକ୍ଷ 66ହଜାର ନଗଦ ଟଙ୍କା । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ବସରେ ଗଞ୍ଜେଇ ତନଖି ବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଯାଂଚ କରିଥିଲେ । ହେଲେ ବ୍ୟାଗ ଯାଂଚ ବେଳେ ଧରାପଡିଲା ବିଡ଼ା ବିଡ଼ା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲେ । ହେଲେ କଥାରେ ତାଳମେଳ ନଥିବାରୁ ଟଙ୍କା ସହ ଅଭିଯୁକ୍ତକୁ ପୋଲିସ ଜିମା ଦେଇଥିଲେ ।

ଗଞ୍ଜେଇ ଚଢ଼ାଉ ବେଳେ ମିଳିଲା ୩୩ ଲକ୍ଷରୁ ଅଧିକ

ସୂଚନା ଅନୁଯାୟୀ, ଖବର ମିଳିଲା ଚୋରାରେ ଗଞ୍ଜେଇ ଯାଉଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗୀୟ ଅଧିକାରୀ ହଠାତ୍ ସଜାଗ ହୋଇଗଲେ । ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଆରମ୍ଭ ହେଲା ଯାନବାହାନ ତନଖି । ବ୍ରହ୍ମପୁରରୁ କଟକ ଯାଉଥିବା ଘରୋଇ ବୀଣାପାଣି ବସ୍‌କୁ ଅଟକେଇ ଯାଂଚ କରୁଥିଲେ ଅବକାରୀ ଗୁଇନ୍ଦା ଟିମ । ଗଞ୍ଜେଇ ମିଳିଲାନି ହେଲେ ଜଣେ ଯାତ୍ରୀଙ୍କ ବ୍ୟାଗ୍ ଯାଂଚ ବେଳେ ବିଡ଼ା ବିଡ଼ା ଟଙ୍କା ବାହାରିଥିଲା । ଏହାଦେଖି ତାଜୁବ ହୋଇଯାଇଥିଲେ ଯାଂଚକାରୀ ଦଳ । ଯାତ୍ରୀ ଜଣକକୁ ପଚାରାଉଚୁରା କରିଥିଲେ । ଯାତ୍ରୀ ଜଣକ କଲିକତାର ହରିପଦ ଶାହା ବୋଲି ନିଜର ପରିଚୟ ଦେଇଥିଲେ । ହେଲେ ଟଙ୍କା କାହାର, ଏତେ ଟଙ୍କା କେଉଁଠୁ ଆଣିଲେ, କେଉଁଠିକୁ ନେବେ ସେନେଇ ଯାତ୍ରୀ ଜଣକ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଯାହା ଉତ୍ତର ଦେଲେ ସେକଥାରେ ତାଳମେଳ ରହୁନଥିଲା । ଏଣୁ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗ ଟିମ ଟଙ୍କା ଭର୍ତ୍ତି ବ୍ୟାଗ ସହିତ ସଂପୃକ୍ତ ଯାତ୍ରୀଙ୍କୁ ବୈଦ୍ୟନାଥପୁର ପୋଲିସକୁ ହସ୍ତାନ୍ତର କରିଥିଲେ । ପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ । ବ୍ୟାଗରେ ନଗଦ 33ଲକ୍ଷରୁ ଅଧିକ ଟଙ୍କା ରହିଥିବା ପ୍ରାଥମିକ ଯାଂଚରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଖୋଳତାଡ଼ କରୁଛି ପୋଲିସ । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ

ସୂଚନା ଥାଉକି, ଗତ ଅଗଷ୍ଟ ମାସରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଯାନବାହାନ ଅଟକାଇ ଯାଂଚ କରୁଥିଲେ । ମୁଖ୍ୟତଃ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଏହି ଟିମ ଯାଞ୍ଚ କରୁଥିଲେ । ଏହି ସମୟରେ ମହାରାଷ୍ଟ୍ରର ନମ୍ବର ରହିଥିବା ଏକ କାର ସେହି ରାସ୍ତା ଦେଇ ଯାଇଥିଲା । ଅଧିକାରୀମାନେ ସନ୍ଦେହରେ କାରକୁ ଅଟକାଇ ଯାଞ୍ଚ କରାଯିବା ପରେ କାର୍ ଭିତରୁ କିଛି ପରିବା ବ୍ୟାଗ୍ ମିଳିଥିଲା । ପରିବା ବ୍ୟାଗରେ ପୁଳା ପୁଳା ଟଙ୍କା ଦେଖି ତାଟକା ହୋଇଯାଇଥିଲେ ତଦନ୍ତକାରୀ ଟିମ । ବ୍ୟାଗରୁ ବାହାରିଥିଲା 23ଟି ସୁନା ବିସ୍କୁଟ । ଆଉ ମଧ୍ୟ ବ୍ୟାଗ ଭିତରୁ ମିଳିଥିଲା ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା । ଏନେଇ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ସୁନା ବିସ୍କୁଟ ସମେତ ଟଙ୍କା ଜବତ କରିଥିଲା । ପୁଣି ଏତେ ପରିମାଣରେ ଟଙ୍କା ମିଳିବା ଘଟଣାକୁ ନେଇ ବ୍ରହ୍ମପୁର ସହରରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.