ମୋବାଇଲରେ ଖେଳିବାକୁ ମନା କଲା ମା’, ଆତ୍ମହତ୍ୟା କଲା ସପ୍ତମ ଶ୍ରେଣୀ ଛାତ୍ର

author img

By

Published : Sep 24, 2021, 9:39 AM IST

ମୋବାଇଲରେ ଖେଳିବାକୁ ମନା କଲା ମା’, ଆତ୍ମହତ୍ୟା କଲା ସପ୍ତମ ଶ୍ରେଣୀ ଛାତ୍ର

ମା’ର ଆକଟ ପରେ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ନଳବଣ୍ଟା ଗାଁର ପାଟଣା ସାହିରେ । ଅଧିକ ପଢନ୍ତୁ:

ଭଞ୍ଜନଗର: ମା’ର ଆକଟ ପଡିଲା ମହଙ୍ଗା । ଶେଷରେ ମା’ର ଲୁଗାରେ ରଶି ଲଗାଇ କଲା ଆତ୍ମହତ୍ୟା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ନଳବଣ୍ଟା ଗାଁର ପାଟଣା ସାହିରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସପ୍ତମ ଶ୍ରେଣୀ ଛାତ୍ରର ଏଭଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ମୋବାଇଲରେ ଖେଳିବାକୁ ମନା କଲା ମା’, ଆତ୍ମହତ୍ୟା କଲା ସପ୍ତମ ଶ୍ରେଣୀ ଛାତ୍ର

ସୂଚନା ଅନୁସାରେ, ତାରାଚରଣଙ୍କ ଏକ ମାତ୍ର ପୁଅ ଆକାଶ ମହାପାତ୍ର ସବୁଦିନ ପରି ଆଜି ବି ମୋବାଇଲେ ଖେଳୁଥିଲା । ମୋବଇଲରେ ଖେଳୁଥିବା ଦେଖି ଗାଳି କରିଥିଲେ ମାଆ । ଯେଉଁଥିରେ ଆକାଶ ରାଗି ଯାଇଥିଲେ । ଘରେ କେହି ନ ଥିବା ସୁଯୋଗ ଦେଖି ମା’ର ଲୁଗାରେ ଫାଶି ଲଗାଇ ଦେଇଥିଲେ । ଫ୍ୟାନରେ ଆକାଶ ଝୁଲୁଥିବାର ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ l

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.