ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 17, 2021, 4:50 PM IST

married women hanging dead body rescue in kabisuryanagar

ଝୁଲନ୍ତା ଅବସ୍ଥାରେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ କରିଛନ୍ତି ସମ୍ପର୍କୀୟ । ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ...

ଭଞ୍ଜନଗର: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଏଭଳି ଅଭାନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ।

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆଳି ଗ୍ରାମର ଏସ. ମହେନ୍ଦ୍ର ରେଡ଼୍ଡୀ ଙ୍କ ପତ୍ନୀ ୨୦ ବର୍ଷୀୟା ରଙ୍ଗବତୀ ରେଡ୍ଡୀଙ୍କ ଝୁଲନ୍ତା ମୃତଦେହ ଆଜି ସକାଳୁ ନିଜ ଘରେ ଦେଖିବାକୁ ମିଳିଛି l ସେ ନିଜ ଚୁନି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିବାର ବର୍ଗ ଅଭିଯୋଗ ଅନୁଯାୟୀ ପୂର୍ବରୁ ମହେନ୍ଦ୍ର ରଙ୍ଗବତୀଙ୍କୁ ମାରପିଟ କରୁଥିଲେ ଏବଂ ନିଜ ଗ୍ରାମ ଝଡବାଇକୁ ଯିବାଲାଗି କହୁଥିଲେ l ସେହିଭଳି ଗତକାଲି ରାତିରେ ମଧ୍ୟ ମହେନ୍ଦ୍ର ରଙ୍ଗବତୀଙ୍କୁ ମାରପିଟ କରିଥିବା ପରିବାର ଲୋକଙ୍କୁ ରଙ୍ଗବତୀ କହିଥିବା ବେଳେ ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ପାଇଥିବା କାରଣରୁ ତାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଥାନାରେ ମୃତକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି l

ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.