ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ସହାୟକ

author img

By

Published : Nov 23, 2022, 8:36 AM IST

Updated : Nov 23, 2022, 1:07 PM IST

kodala revenue assistant caught by vigilance while  taking bribe

ଜମିପଟ୍ଟା କରାଇଦେବା ପାଇଁ 6 ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ରାଜସ୍ୱ ସହାୟକ । 6 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ । ଜମିପଟ୍ଟା କରାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ।

ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ସହାୟକ

ସୂଚନାନୁଯାୟୀ କୋଦଳା ତହସିଲ ଅନ୍ତର୍ଗତ ବି.ନୂଆଗାଁ ଅଞ୍ଚଳର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତି ନିଜର ଘରବାରି ପଟ୍ଟା କରାଇବା ପାଇଁ କୋଦଳା ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ଏହି କାର୍ଯ୍ୟ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଦଣ୍ଡପାଣି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ତେବେ ଦଣ୍ଡପାଣିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ସେଠାରେ ପହଞ୍ଚି ତାଙ୍କୁ ଧରିବାରେ ସଫଳ ହୋଇଛି । ବ୍ରହ୍ମପୁର ଭିଜିଲାନ୍ସ ଟିମ ସଞ୍ଜୟଙ୍କୁ ଗିରଫ କରି ବ୍ରହ୍ମପୁର ଆଣିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 23, 2022, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.