ଆରପାରିରେ ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ

author img

By

Published : Sep 22, 2022, 10:12 AM IST

EX MLA Adikanda Sethi

ଆରପାରିରେ ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ(EX MLA Adikanda Sethi Passes away)। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଛତ୍ରପୁରର ବିଧାୟକ ରହିଥିଲେ ସେ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ (EX MLA Adikanda Sethi Passes away)। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଛତ୍ରପୁରର ବିଧାୟକ ରହିଥିଲେ ଆଦିକନ୍ଦ ସେଠୀ । ବୁଧବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ଭୋର ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଏଣିକି ଓଡ଼ିଆରେ ଦେଇ ପାରିବେ OAS ପରୀକ୍ଷା

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ ପୂର୍ବତନ ବିଧାୟକ ଭାବରେ ଯେତିକି ଜଣାଶୁଣା ତା ଠାରୁ ଅଧିକ ଜଣେ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ରହିଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଟିକେଟରେ ସେ ଛତ୍ରପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଛତ୍ରପୁରର ବିଧାୟକ ରହିଥିଲେ ସେ । ଏହାପରେ ସେ କମ୍ୟୁନିଷ୍ଟ ଦଳର ଛାଡି ବିଜେଡିରେ(BJD) ଯୋଗ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଟିକେଟ ମିଳିନଥିବାରୁ ପ୍ରତିଦ୍ବନ୍ଦିତା କରିନଥିଲେ । ତଥାପି ମଧ୍ୟ ଲୋକଙ୍କର ସୁଖ ଦୁଃଖରେ ସାମିଲ ରହୁଥିଲେ । ପୂର୍ବତନ ବିଧାୟକଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.