'ଇଟିଭି ଭାରତ' ପ୍ରଭାବ: ରୋଗାଗ୍ରସ୍ତ ବଳରାମଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

author img

By

Published : Sep 24, 2021, 4:05 PM IST

'ଇଟିଭି ଭାରତ' ପ୍ରଭାବ: ରୋଗାଗ୍ରସ୍ତ ବଳରାମଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରୋଗାଗ୍ରସ୍ତ ବଳରାମଙ୍କ ନିକଟରେ ପହଞ୍ଚିଲେ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ବହୁ ସମାଜସେବୀ ସଙ୍ଗଠନ । ଅଧିକ ପଢନ୍ତୁ...

ଭଞ୍ଜନଗର: 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ଅସହାୟ ରୋଗାଗ୍ରସ୍ତ ବଳରାମ ସାହୁଙ୍କୁ ସହଯୋଗର ହାତ ବଢାଇଲେ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ବହୁ ସମାଜସେବୀ ସଙ୍ଗଠନ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚାରିକୋଣିଆ ଗ୍ରାମର ବଳରାମ ସାହୁ ପିଲାଟି ଦିନରୁ ବାପା-ମାଆଙ୍କୁ ହରାଇ ଥିବାବେଳେ ଭଞ୍ଜନଗର ବ୍ଲକ ଗାମୁଣ୍ଡି ଗ୍ରାମରେ ଆଇଙ୍କ ନିକଟରେ ଆଶ୍ରୟ ନେଇଥିଲେ ।

'ଇଟିଭି ଭାରତ' ପ୍ରଭାବ: ରୋଗାଗ୍ରସ୍ତ ବଳରାମଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ହେଲେ ଯୁବାବସ୍ଥାରୁ ରୋଗାଗ୍ରସ୍ତ ହୋଇ ପଡିଥିଲେ ବଳରାମ । ବୃଦ୍ଧା ଆଈ ମାୟା ପ୍ରଧାନ କଷ୍ଟେମଷ୍ଟେ ବଳରାମଙ୍କ ଚିକିତ୍ସା କରାଇଥିଲେ । କିନ୍ତୁ ସେ ସୁସ୍ଥ ହୋଇପାରି ନ ଥିଲେ । ଘଟଣାକୁ ନେଇ 'ଇଟିଭି ଭାରତ'ରେ ବଳରାମଙ୍କ ଚିକିତ୍ସାରେ ଅର୍ଥସାଜିଛି ବାଧକ ନେଇ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ପ୍ରଶାସନ ସହଯୋଗର ହାତ ବଢ଼ାଇଥିବା ବେଳେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସଙ୍ଗେସଙ୍ଗେ 10 ହଜାର ଟଙ୍କା ରେଡକ୍ରସ ଫଣ୍ଡରୁ ସାହାଯ୍ୟ ଯୋଗାଇ ଦେଇଛନ୍ତି ।

ଏଥିସହ ଚିକିତ୍ସାରେ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜଗନ୍ନାଥପ୍ରସାଦ ଅଞ୍ଚଳର ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ତିନି ଜଣ ସଦସ୍ୟ ଆସି ବଳରାମଙ୍କୁ ଆଠ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି । ତେବେ ଏହିପରି ଯଦି ବଳରାମଙ୍କୁ ପ୍ରଶାସନ ଠାରୁ ଆରମ୍ଭ କରି ଜନ ସାଧାରଣ ସହାୟତାର ହାତ ବଢାଇବେ ତେବେ ସେ ସୁସ୍ଥ ହୋଇପାରନ୍ତେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.