ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ସକାଶେ ପ୍ରସ୍ତୁତି ବୈଠକ

author img

By

Published : Sep 18, 2021, 8:11 AM IST

district cultural meeting for cm artist help yajona in ganjam

ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ସକାଶେ ପ୍ରସ୍ତୁତି ବୈଠକ । ଭୂମିହୀନ, ଗୃହହୀନ କଳାକାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ବୈଠକ । ଜିଲ୍ଲାରେ ରହିଥିବା ଭାଗବତ ଟୁଙ୍ଗୀ ଗୁଡିକୁ ଚିହ୍ନଟ କରି 116 ଗୋଟି ଟୁଙ୍ଗୀର ନାମ ତାଲିକା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

district cultural meeting for cm artist help yajona in ganjam
ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ସକାଶେ ପ୍ରସ୍ତୁତି ବୈଠକ

ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନାରେ ଜିଲ୍ଲାରେ ଆବେଦନ କରିଥିବା କଳାକାର ଗଣ ଯେପରି ହତାଶ ନ ହେବେ, ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟପନ୍ଥା ସ୍ଥିର କରନ୍ତୁ ବୋଲି ଆୟୋଜତ ଆଭାସୀ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଏପରିକି ତାଲିକା ପ୍ରସ୍ତୁତି ସମୟରେ ବୟୋଜ୍ୟେଷ୍ଠ କଳାକାର ଗଣ ଯେପରି ଉପେକ୍ଷିତ ହେବେ ନାହିଁ, ସେଥିପତି ଦୃଷ୍ଟି ଦେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କଳାକାର ସେମାନଙ୍କ ଆବେଦନ ପତ୍ର ଗୁଡିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ସିଧା ସଳଖ ଦାଖଲ କରିପାରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆବେଦନ ପତ୍ର ଗୁଡିକ ସଂଗ୍ରହ କରି ତାଲିକା ପ୍ରସ୍ତୁତ କରିବେ । ଭୂମିହୀନ, ଗୃହହୀନ କଳାକାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ । ବ୍ଲକ୍ କଳା ସଂସ୍କୃତି ସଂଘର ସଦସ୍ୟ ସଂଖ୍ୟାକୁ ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କୋଭିଡ଼ ସମୟରେ ଯେଉଁ କଳାକାରମାନେ କୋଭିଡ଼ ସତର୍କତା ନିୟମର ପ୍ରଚାର ପ୍ରସାର କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସାପତ୍ର ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଚଳିତ ମାସ ୨୮ଏବଂ ୨୯ ତାରିଖ ଦିନ ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ । ଏଠାରେ କୃତକାର୍ଯ୍ୟ ହୋଇଥିବା କଳାକାର ମାନଙ୍କୁ ରାଜ୍ୟ ସ୍ତରୀୟ ଲୋକକଳା ମହୋତ୍ସବରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରେରଣ କରାଯିବ ।

ଜିଲ୍ଲାରେ ରହିଥିବା ଭାଗବତ ଟୁଙ୍ଗୀ ଗୁଡିକୁ ଚିହ୍ନଟ କରି 116 ଗୋଟି ଟୁଙ୍ଗୀର ନାମ ତାଲିକା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସମସ୍ତ ଭାଗବତ ଟୁଙ୍ଗୀକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଜିଲ୍ଲାର ସାରୁ ଗ୍ରାମରେ ନିର୍ମିତ ହୋଇଥିବା ନବ ନିର୍ମିତ ବିଜୁ ପଞ୍ଚାୟତ ପାଠାଗାର ପରି ଜିଲ୍ଲାର ସମସ୍ତ ବ୍ଲକ୍ ରେ ଉଚ୍ଚକୋଟିର ବିଜୁ ପଞ୍ଚାୟତ ପାଠାଗାର ନିର୍ମାଣ କରାଯିବ । ସମ୍ପ୍ରତି ଜିଲ୍ଲାରେ ରହିଥିବା ପାଠାଗାର ଗୁଡିକୁ ପରିଦର୍ଶନ କରି ଉକ୍ତ ପାଠାଗାର ଗୁଡିକରେ ପାଠକ ମାନଙ୍କ ଚାହିଦା ଅନୁଯାୟୀ ଯାହା ସବୁ ଆବଶ୍ୟକତା ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଠାଗାର ମାନଙ୍କରେ ଆବଶ୍ୟକ ରହିଥିବା ପୁସ୍ତକ ଯୋଗାଇବା ସମ୍ପର୍କରେ ସଂସ୍କୃତି ବିଭାଗ ସହିତ ଯୋଗାଯୋଗ କରାଯିବ । ଗଞ୍ଜାମ ଜିଲ୍ଲାରେ ରହିଥିବା 234 ଗୋଟି ଐତିହ୍ୟ ସମ୍ପନ୍ନ କିର୍ତ୍ତୀ ଭାସ୍କର୍ଯ୍ୟ ଗୁଡିକର ରକ୍ଷଣାବେକ୍ଷଣ, ପାରିପାର୍ଶ୍ବକ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.