କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା ଉଦଯାପିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଲୋକେ

author img

By

Published : Sep 18, 2022, 11:02 AM IST

କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା ଉଦଯାପିତ

ସୋରଡାର ପ୍ରସିଦ୍ଧ ମାଆ କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା ଉଦଯାପିତ ହୋଇଯାଇଛି । 4ଦିନ ଧରି ଆୟୋଜିତ ହୋଇଥିବା କନ୍ଧୁଣିଦେବୀ ମହୋତ୍ସବର ଶେଷଦିନରେ ସୋରଡା ଦୁଲୁକିବା ସହ ନାଚଗୀତରେ ଝୁମିଥିଲେ ସହରବାସୀ । ଅଧିକ ପଢନ୍ତୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡାର ମାଆ କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା(Kantapidha Yatra) ଉଦଯାପିତ ହୋଇଯାଇଛି । ମହୋତ୍ସବର ଶେଷ ଦିନରେ ସୋରଡା ସହର ଦୁଲୁକିବା ସହ ନାଚଗୀତରେ ଝୁମିଥିଲେ ସହରବାସୀ । ଶନିବାର ମାଆଙ୍କ ପୀଠ ଘଣ୍ଟ ବାଜାରେ ଦୁଲୁକିବା ବେଳେ ଆଲୋକ ମାଳା ସହିତ ମିନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ଢେର ଉପଭୋଗ କରିଥିଲେ । ଚାରିଦିନ ହେଲା ମଣ୍ଡପରେ ଭଜନ, ବିଭିନ୍ନ ନାଚ ଗୀତ ସହିତ ମେଲୋଡିର କାର୍ଯ୍ୟକ୍ରମକୁ ଲୋକମାନେ ଭରପୁର ମଜା ନେଉଥିଲେ ।

କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା ଉଦଯାପିତ

ମିନା ବଜାର, ରାମ ଦୋଳି ସହିତ ବିଭିନ୍ନ ଷ୍ଟଲରେ ଲାଗିଥିବା ସୁସ୍ୱାଦ ଖାଦ୍ୟ ଖାଇ ଉପଭୋଗ କରୁଛନ୍ତି ଅଞ୍ଚଳବାସୀ । ମହାମାରୀ କୋରୋନା ଯୋଗୁଁ ମାଆଙ୍କ ଏହି ଯାତ୍ରା ସ୍ଥଗିତ ରହିଥିବା ବେଳେ ଚଳିତ ବର୍ଷ ଧୁମଧାମରେ ଖୁସି ମନା ଶନିବାର ଯାତ୍ରାର ଅନ୍ତିମ ଦିନ ରହିଥିବା ବେଳେ ମାକଣ୍ଟାଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମହୋତ୍ସବର ଚତୁର୍ଥ ଦିନରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ଉଷା ଦେବୀ, ରାଜେନ୍ଦ୍ର ଢୋଲକିଆ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ:ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

ସ୍ଥାନୀୟ କଳାକାର କହିଛନ୍ତି ଯେ, "ମା’ଙ୍କ କାର୍ଯ୍ୟକ୍ରମରେ ଭାଗନେଇ ଆମେ ବହୁତ ଖୁସି । କୋରୋନା ପରେ ଏହା ମାଙ୍କର ଏହା ପ୍ରମୁଖ ଯାତ୍ରା । ଆମେ ସମ୍ବଲପୁରୀ ଗୀତରେ ଭାଗ ନେଇଥିଲୁ।"

ଶ୍ରମମନ୍ତ୍ରୀ କହିଛନ୍ତି ଯେ,"ମୁଁ ସୋରଡା ବିଧାୟକଙ୍କୁ ଧନ୍ୟବାଦ ଦେଉଛି । ସେ ଏତେ ବଡ ଆୟୋଜନ କରିଥିଲେ । ଲୁକାୟିତ କଳାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । 9ଦିନ ବ୍ୟାପି ହୋଇଥିବା ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏହି ଉତ୍ସବ ଦ୍ଵାରା ଅଞ୍ଚଳରେ ଭାଇଚାର ସୃଷ୍ଟି ହେବା ସହିତ ଗ୍ରାମାଞ୍ଚଳରେ ଥିବା କଳା ଓ ପ୍ରତିଭା ଲୋକଲୋଚନଙ୍କୁ ଆସିପାରିବ ।"

ଉପବାଚସ୍ପତି ରଜନୀକାନ୍ତ ସିଂହ କହିଛନ୍ତି ଯେ," ଯାତ୍ରାନେଇ ଲୋକମାନଙ୍କର ପ୍ରବଳ ଉତ୍ସାହ ରହି ଛି। ଲୋକମାନଙ୍କର ଉତ୍ସାହ ରହିଲେ ରାଜନୈତିକ ନେତାମାନଙ୍କର ଉତ୍ସାହ ରହିବ । ବିଗତ 13 ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଚାଲୁଅଛି । କୋରୋନା ଦୁଇବର୍ଷକୁ ବାଦ ଦେଲେ ବାକି 11 ବର୍ଷ ବହୁ ଧୁମଧାମରେ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ତେବେ ଏହି ଯାତ୍ରାର କେମିତି ଉନ୍ନତି ହୋଇପାରିବ ସଂସ୍କୃତି ମନ୍ତ୍ରୀଙ୍କ ସହ କଥା ହୋଇ ସରକାରୀ ଅନୁଦାନ କରାଇବା ପାଇଁ ଚେଷ୍ଟା କରିବି ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.