କୋଦଳାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଘର ଜାଳିଦେଲେ ଉତ୍ୟକ୍ତ ଲୋକେ

author img

By

Published : Sep 19, 2021, 5:13 PM IST

ପୁଣି ଅଶାନ୍ତ କୋଦଳା: ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଜଣେ ଗୁରୁତର

କିଛି ବର୍ଷର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା କୋଦଳା । ଆଜି(ରବିବାର) କୋଦଳା ଏନଏସି ଅନ୍ତର୍ଗତ ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସେପଟେ ପୋଲିସ ଉପସ୍ଥିତିରେ ଅଭିଯୁକ୍ତର ଘର ଜାଳିଦେଇଛନ୍ତି ସ୍ଥାନୀୟ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ...

ବ୍ରହ୍ମପୁର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା କୋଦଳା । ଆଜି(ରବିବାର) କୋଦଳା ଏନଏସି ଅନ୍ତର୍ଗତ ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଯାହାକୁ ନେଇ ପୋଲିସ ଉପସ୍ଥିତିରେ ଉତ୍ୟକ୍ତ ଲୋକେ ହତ୍ୟାକାରୀଙ୍କ ଘର ଜାଳିଦେବା ସହିତ ରାସ୍ତା ଅବରୋଧ କରିଥିଲେ ।

ପୁଣି ଅଶାନ୍ତ କୋଦଳା: ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଜଣେ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ବିଚ ରାସ୍ତାରେ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ୪୨ ବର୍ଷୀୟ କାଳୁ ଦାସ l କାଳୁ ସକାଳ ସମୟରେ କୌଣସି କାରଣରୁ ସାହି ନିକଟବର୍ତ୍ତୀ ଅଞ୍ଚଳକୁ ନିଜ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ପୂର୍ବରୁ ସେଠାରେ ଅପେକ୍ଷା କାରି ରହିଥିବା କିଛି ଯୁବକ ତାଙ୍କ ଉପରକୁ ଖଣ୍ଡା ଓ ଲୁହା ରଡ଼ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ l

କାଳୁଙ୍କୁ ହତ୍ୟା ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକମାନେ ମୁଖ୍ୟ ରାସ୍ତାରେ କାଠ ରଖି ରାସ୍ତା ଅବରୋଧ କରିଥିବା ବେଳେ ପୂର୍ବତନ ନଗରପାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା l

ଅନ୍ୟପଟେ ଘଟଣା ପରେ କୋଦଳା ପୋଲିସ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ପୁରୁଷୋତ୍ତମପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ତିନି ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି l ସେପଟେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ଅନ୍ୟପଟେ ସ୍ଥାନୀୟ ପୂର୍ବତନ ନଗରପାଳ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟାଯାଇଥିଲା l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.