ବିନା ଅନୁମତିରେ ସରକାରୀ ବିଦ୍ୟାଳୟରେ ଆୟୋଜିତ ହେଲା ନାଟକ, ଘଟଣାକୁ ନିନ୍ଦାକଲା ବିଜେପି

author img

By

Published : Jan 21, 2023, 9:35 PM IST

ବିନା ଅନୁମତିରେ ସରକାରୀ ବିଦ୍ୟାଳୟରେ ନାଟକ ଆୟୋଜନକୁ ନିନ୍ଦା କଲା ବିଜେପି

ଗଞ୍ଜାମ ଜିଲ୍ଲା ମର୍ଦ୍ଧମେଖ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିନା ଅନୁମତିରେ ବେସରକାରୀ ସଂସ୍ଥା ପକ୍ଷରୁ ନାଟକ ପରିବେଷଣ କରାଯାଇଥିବା ଅଭିଯୋଗ । ଘଟଣାକୁ ତୀବ୍ର ନିନ୍ଦା କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହାକୁ ନେଇ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଅନିତା ପ୍ରିୟଦର୍ଶିନୀ । ଅଧିକ ପଢ଼ନ୍ତୁ

ବିନା ଅନୁମତିରେ ସରକାରୀ ବିଦ୍ୟାଳୟରେ ନାଟକ ଆୟୋଜନକୁ ନିନ୍ଦା କଲା ବିଜେପି

ବ୍ରହ୍ମପୁର: ବିନା ଅନୁମତିରେ ସରକାରୀ ବିଦ୍ୟାଳୟ ପରିସରରେ ବେସରକାରୀ ସଂସ୍ଥା ପକ୍ଷରୁ ନାଟକ ପରିବେଷଣ କରାଯିବା ଘଟଣା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ମର୍ଦ୍ଧମେଖ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏପରି ନାଟକ ପରିବେଷଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ମର୍ଦ୍ଧମେଖ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଥିବା ଏହି ନାଟକର ଫଟୋ ଓ ଭିଡିଓ ପ୍ରଦାନ କରିବା ସହ ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଅନିତା ପ୍ରିୟଦର୍ଶିନୀ । ଉକ୍ତ ଘଟଣାକୁ ନେଇ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀ ଏବଂ ଶିକ୍ଷା ବିଭାଗର ଅନେକ ଅଧିକାରୀଙ୍କୁ ପଚାରିଥିଲେ ମଧ୍ୟ କାହାରି ପାଖରେ ଏହାର ସ୍ପଷ୍ଟ ଉତ୍ତର ନଥିବା ସେ କହିଛନ୍ତି ।

ଘଟଣା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହାକୁ ନେଇ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ସେ କହିଛନ୍ତି । ଏପରକି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ନାଟକ ପରିବେଷଣରେ ସ୍ଥାନୀୟ ବିଧାୟିକାଙ୍କ ସହିତ ବିଜେଡି ଦଳର ବହୁ ନେତୃବୃନ୍ଦ ରହିଥିବାରୁ ଘଟଣାକୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଅନିତା ପ୍ରିୟଦର୍ଶିନୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.