ବାତ୍ୟାରେ ଜିରୋ କାଜୁଆଲ୍ଟି ପାଇଁ ଭଞ୍ଜନଗର ପ୍ରଶାସନର ପ୍ରସ୍ତୁତି

author img

By

Published : Sep 25, 2021, 10:02 PM IST

ବାତ୍ୟାରେ ଜିରୋ କାଜୁଆଲ୍ଟି ପାଇଁ ଭଞ୍ଜନଗର ପ୍ରଶାସନର ପ୍ରସ୍ତୁତି

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ଏଥିନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଅଧିକ ପଢନ୍ତୁ...

ଭଞ୍ଜନଗର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ଏଥିନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ପବନର ବେଗ ଘଣ୍ଟା ପ୍ରତି 70 ରୁ 90 ରହିବାର ସମ୍ଭାବନା ଥିବାରୁ ଗଞ୍ଜାମ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ 26 ଏବଂ 27 ତାରିଖରେ ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବାତ୍ୟାକୁ ଦୁଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଆଗାମୀ 4/5 ଦିନ ପର୍ଯ୍ୟନ୍ତ ନିଜ ନିଜର ସଦର ମହକୁମା ନଛାଡିବା ନିମନ୍ତେ କଡା ନିର୍ଦ୍ଧେଶ ରହିଛି । ସମସ୍ତ ବ୍ଲକ, ତହସିଲ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମସ୍ତ ବିଭାଗ ବାତ୍ୟାକୁ ସାମ୍ନା କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭବତ ଆସିକା, ସୋରଡ଼ା ଏବଂ ଧରାକୋଟର ତଳିଆ ଅଞ୍ଚଳରେ ବନ୍ୟାର ପ୍ରଭାବ ଅଧିକ ରହୁଥିବାରୁ ପ୍ରଶାସନ ତରଫରୁ ମାଇକ ଯୋଗେ ସତର୍କ କରାଯାଉଛି ।

ବାତ୍ୟାରେ ଜିରୋ କାଜୁଆଲ୍ଟି ପାଇଁ ଭଞ୍ଜନଗର ପ୍ରଶାସନର ପ୍ରସ୍ତୁତି


ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ନିମନ୍ତେ ପ୍ରସ୍ତୁତ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ଜନସାଧାରଣ ନିମନ୍ତେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଇତ୍ୟାଦି ମହଜୁଦ ରଖିବାକୁ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ କହିଛନ୍ତି । ଏହାଛଡା ଗର୍ଭବତୀ ମହିଳାଙ୍କୁ ବିଶେଷ ଦୃଷ୍ଟି ଦିଆଯାଇଛି । ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିବା ନିମନ୍ତେ ଟିମ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଫାୟାର ଏବଂ NDRF, ଓଡ୍ରାଫ ଟିମ ବନ୍ୟା ବାତ୍ୟା ସ୍ଥଳକୁ ପଠାଇବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ବନ୍ୟା ପୂର୍ବ ଏବଂ ପର ଅପରେସନରେ ଜଡିତ ଥିବା ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ବାତ୍ୟାର ସ୍ଥିତିକୁ ଦେଖି ବିଭିନ୍ନ କାର୍ଯ୍ୟ ପନ୍ଥା ଅବଲମ୍ଭନ କରାଯିବ ବୋଲି ଉପଜିଲ୍ଲାପାଳ କହିବା ସହ ସମସ୍ତ ବିଭାଗକୁ ହାଇଆଲର୍ଟରେ ରଖାଯାଇଛି । କୌଣସି ଜନ ଜୀବନ କ୍ଷୟକ୍ଷତି ହେବ ନାହିଁ ଏବଂ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.