ଗଞ୍ଜାମରେ ବୁଲିଲା ଅହିଂସା ରଥ, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

author img

By

Published : Sep 24, 2022, 1:29 PM IST

ଗଞ୍ଜାମରେ ବୁଲିଲା ଅହିଂସା ରଥ, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ଅହିଂସା ରଥ । ତ୍ରିରଙ୍ଗାମୟ ହେଲା ସାରା ଜିଲ୍ଲା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ରଥର ଶୁଭାରମ୍ଭ କରାଯାଇଥିଲା। ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅହିଂସା ରଥ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି। ଏହି କ୍ରମରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ପରିକ୍ରମା କରିଛି ଅହିଂସା ରଥ। ଏହି ରଥକୁ ପୋଡାମାରୀ ଏବଂ ଡେଙ୍ଗାଓସ୍ତ ଠାରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଉତ୍ସାହର ସହ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଏଥର ଫିକା ପଡିପାରେ ମେଲୋଡି କାର୍ଯ୍ୟକ୍ରମ, ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ବାରଣ

ପ୍ରଥମ ରଥ ଦିଗପହଣ୍ଡି ବ୍ଲକ୍ ଅଭିମୁଖେ ଓ ଦ୍ବିତୀୟ ରଥ ଚିକିଟି ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ବିପୁଳ ଭାବରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା କରିବା ସହିତ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଚିକିଟି ଠାରେ ଏକ ସାଧାରଣ ସଭା କରାଯାଇ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦ ଦ୍ବାରା ପରିବେଷଣ କରାଯାଇଥିଲା ।

ଗଞ୍ଜାମରେ ବୁଲିଲା ଅହିଂସା ରଥ, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ଗଞ୍ଜାମରେ ବୁଲିଲା ଅହିଂସା ରଥ, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ତହସିଲଦାର ବିଶ୍ବ ରଞ୍ଜନ କହଁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପାରାଣୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗ୍ରାମଜିତ୍ ସାହୁ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହାପରେ ପାତ୍ରପୁର ବ୍ଲକ୍ ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶ, ତହସିଲଦାର ଅମୀତ୍ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ବୈକୁଣ୍ଠ ନାୟକଙ୍କ ପୁତ୍ର ଶଶୀ ଭୂଷଣ ନାୟକଙ୍କୁ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଶେରଗଡ ଠାରେ ମଧ୍ୟ ଅହିଂସା ରଥକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନସାଧାଣଙ୍କ ଦ୍ବାରା ଭବ୍ୟସମ୍ବର୍ଦ୍ଦନା ଦିଆଯାଇଥିଲା । ସେଠାରେ ବ୍ଲକ୍ ଅଧ୍ୟକ୍ଷ କେ.ସି. ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିସ୍ ବରାଳ, ତହସିଲଦାର ଡଃ ଗୟାସିନ୍ଧୁ ପରିଡା, ଭାରପ୍ରାପ୍ତ ଥାନା ଅଧିକାରୀ ମନୋଜ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସ୍ବୟଂ ସହାୟିକ ଗୋଷ୍ଠୀ ର କର୍ମକର୍ତ୍ତା ଓ ସ୍ଥାନୀୟ ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.