ପାରଳାଖେମୁଣ୍ଡି ରାଜବଂଶରେ ପୂଜା ହେଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର, କୌଶଳ ଦେଖାଇଲେ ଯୁବକ

author img

By

Published : Oct 15, 2021, 8:04 PM IST

ରାଜବଂଶର ପ୍ରତିଷ୍ଠିତ ପାଇକ ଆଖଡ଼ାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା

ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଦଶହରା ଦିନ ଗଜପତି ରାଜବଂଶର ଅସ୍ତ୍ରଶସ୍ତ୍ର ପୂଜା କରିବା ବିଧି ରହିଛି । ସ୍ଥାନୀୟ ପୋଖରୀରେ ଅସ୍ତ୍ରଶସ୍ତ୍ରକୁ ଧୋଇବା ସହ ପୂଜା କରାଯାଏ । ଅଧିକ ପଢ଼ନ୍ତୁ...

ଗଜପତି: ପାରଳାଖେମୁଣ୍ଡିର ପ୍ରତିଷ୍ଠିତ ପାଇକ ଆଖଡ଼ା ଗୁଡ଼ିକରେ ପ୍ରତିବର୍ଷ ଦଶହରା ଦିନ ଗଜପତି ରାଜବଂଶର ଅସ୍ତ୍ରଶସ୍ତ୍ର ପୂଜା କରିବା ବିଧି ରହିଛି । ସ୍ଥାନୀୟ ପୋଖରୀରେ ଅସ୍ତ୍ରଶସ୍ତ୍ରକୁ ଧୋଇବା ସହ ପୂଜା କରାଯାଏ । ଏହାପରେ ଏହି ଅସ୍ତ୍ରକୁ ନେଇ ସ୍ଥାନୀୟ ଯୁବକମାନେ କୌଶଳ ପ୍ରଦର୍ଶନ କରିଥାନ୍ତି । ବହୁ ପୂର୍ବରୁ ଗଜପତିରେ ଏହି ପରମ୍ପରା ଚଳି ଆସୁଛି । ପ୍ରତିବର୍ଷ ତିନ ଦିନ ଅସ୍ତ୍ରଶସ୍ତ୍ରକୁ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ବିଜୟ ଦଶମୀରେ ପୂଜା କରାଯାଇଛି ।

ରାଜବଂଶର ପ୍ରତିଷ୍ଠିତ ପାଇକ ଆଖଡ଼ାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା

ବହୁ ଆଡ଼ମ୍ବରରେ ଏହି ପୂଜା ସମାପନ କରାଯାଇଥାଏ । ତେବେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଏସବୁ ଆଉ ଦେଖିବାକୁ ମିଳିନାହିଁ । କେବଳ ପରମ୍ପରା ରକ୍ଷା କରିବାକୁ ନିରାଡମ୍ବର ଭାବରେ ପାଳନ କରାଯାଇଛି ଅସ୍ତ୍ରଶସ୍ତ୍ର ପୂଜା । ଆଜିର ଏହି ପୂଜାରେ ବହୁ କମ୍‌ ସଂଖ୍ୟକ ଲୋକ ଯୋଗ ଦେଇଥିଲେ ।

ଏଥିପାଇଁ ପ୍ରଶାସନ ପକ୍ଷରୁ ବିଶେଷ ଅନୁମତି ମଧ୍ୟ ଦିଆଯାଇଥିଲା । ମହାମାରୀ ଯୋଗୁଁ ଗତବର୍ଷ ମଧ୍ୟ ଏହି ଅସ୍ତ୍ରଶସ୍ତ୍ର ପୂଜା ଆଡ଼ମ୍ବର ଶୁନ୍ୟ ଭାବରେ ପାଳନ କରାଯାଇଥିଲା । ଆଜିର ପୂଜା ପରେ ପୁନଃ ଆଗାମୀ ବର୍ଷର ପୂଜା ଅପେକ୍ଷାରେ ରହିଛନ୍ତି ସ୍ଥାନୀୟ ଲୋକେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.