ଦୀର୍ଘ ୯ ମାସ ହେଲା ଗାଡ଼ି ଭଡ଼ା ପାଇନାହାନ୍ତି ଟାଟା ମ୍ୟାଜିକ ମାଲିକ

author img

By

Published : Dec 2, 2021, 10:08 PM IST

ଦୀର୍ଘ ୯ ମାସ ହେଲା ଗାଡ଼ି ଭଡ଼ା ପାଇନାହାନ୍ତି ଟାଟା ମେଜିକ ମାଲିକ

କୋଭିଡ ସଂକ୍ରମଣ ସମୟରେ ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକରେ ଆମ୍ବୁଲାନ୍ସ ସେବା ଓ ଜରୁରୀକାଳୀନ ସେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସଂଖ୍ୟକ ଟାଟା ମ୍ୟାଜିକ ଗାଡ଼ି ଭଡ଼ାରେ ଲଗାଯାଇଥିଲା । ଦୀର୍ଘ ୯ ମାସ ହେଲା ସେମାନଙ୍କ ଗାଡ଼ି ଭଡ଼ା ଟଙ୍କା ଦିଆ ଯାଇନି । ଅଧିକ ପଢନ୍ତୁ

ଗଜପତି: ଜିଲ୍ଲାରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକରେ ଆମ୍ବୁଲାନ୍ସ ସେବା ଓ ଜରୁରୀକାଳୀନ ସେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସଂଖ୍ୟକ ଟାଟା ମ୍ୟାଜିକ ଗାଡ଼ି ଭଡ଼ାରେ ଲଗାଯାଇଥିଲା ।

ଦୀର୍ଘ ୯ ମାସ ହେଲା ଗାଡ଼ି ଭଡ଼ା ପାଇନାହାନ୍ତି ଟାଟା ମେଜିକ ମାଲିକ

ସଂକ୍ରମଣ ସମୟରେ ନିଜ ଜୀବନକୁ ବାଜି ଲଗାଇ ଗାଡ଼ି ଡ୍ରାଇଭର ମାନେ ସେବା କରିଥିଲେ କିନ୍ତୁ, ଦୀର୍ଘ ୯ ମାସ ହେଲା ସେମାନଙ୍କ ଗାଡ଼ି ଭଡ଼ା ଟଙ୍କା ଦିଆ ଯାଇନି । ଯାହା ଫଳରେ ଫାଇନାନ୍ସରେ ଗାଡ଼ି ଚଲାଉଥିବା ଗାଡ଼ି ମାଲିକ ଓ ଡ୍ରାଇଭର ମାନେ ସେମାନଙ୍କ ପ୍ରାପ୍ୟ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଆଗମୀ ୭ ଦିନ ମଧ୍ୟରେ ସେମାନଙ୍କ ଗାଡ଼ି ଭଡ଼ା ଦିଆଯିବ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.