ରକ୍ତଚନ୍ଦନ କାଠ ତସ୍କରୀ: ଓଡିଶା ଆସିବ ଆନ୍ଧ୍ର ପୋଲିସ ! ବନ ବିଭାଗ କହିଲା ଚୋରି ହୋଇନି ଖଣ୍ଡେ କାଠ

author img

By

Published : Sep 9, 2022, 8:44 PM IST

ବନ ବିଭାଗ ପକ୍ଷରୁ ରକ୍ତ ଚନ୍ଦନ ଗଛର ଯାଞ୍ଚ

ଗଜପତି ଜିଲ୍ଲାର ଗଣ୍ଡାହାତୀ ଅଞ୍ଚଳରୁ ଦୁଇକୋଟି ମୂଲ୍ୟର 4ହଜାର କିଲୋ ରକ୍ତ ଚନ୍ଦନ କାଠ ଚାଲାଣ ହୋଇଥିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ତେବେ ରେକର୍ଡ ଅନୁସାରେ ଗୋଟେ ବି କାଠ ଚାଲାଣ ହୋଇନଥିବା କହିଛି ବନ ବିଭାଗ, କିନ୍ତୁ ଆନ୍ଧ୍ର ପୋଲିସ ଆସିଲେ ଏ ବିଷୟରେ ତଦନ୍ତରେ ଓଡ଼ିଶା ବନ ବିଭାଗ ତରଫରୁ ସସସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଡିଏଫଓ । ଅଧିକ ପଢନ୍ତୁ

ଗଜପତି: ଆନ୍ଧ୍ର ପ୍ରଦେଶରେ ଫିଲ୍ମ ଷ୍ଟାଇଲରେ ରକ୍ତ ଚନ୍ଦନ ଚାଲାଣ ମାମଲା । ଦୁଇ କୋଟି ମୂଲ୍ୟର 4 ହଜାର କିଲୋ ରକ୍ତ ଚନ୍ଦନ କାଠ ଚାଲାଣ ହୋଇଥିବା ସୂଚନା । ଏନେଇ ଗଜପତି ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ସୂଚନା ଅନୁଯାୟୀ, ଆଜି ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ଏକ ଟିମ୍ ସୀମାନ୍ତ ଆନ୍ଧ୍ର ଓ ଓଡ଼ିଶା ରେ ଥିବା ଲାବଣ୍ୟଗଡ ଓ ଗଣ୍ଡାହାତି ଅଞ୍ଚଳର ଚନ୍ଦନ ବଣରେ ରକ୍ତ ଚନ୍ଦନ ଗଛ ଗୁଡ଼ିକର ଯାଞ୍ଚ କରିଥିଲା । ତେବେ ତିତିଲି ବାତ୍ୟା ବେଳେ ଟଳିପଡ଼ିଥିବା ସମସ୍ତ ଚନ୍ଦନ ଗଛ କାଠ ସୁରକ୍ଷିତ ରହିଥିବା ଜଣାପଡିଛି । ଏଥିସହ ପୂର୍ବ ରେକର୍ଡ ଅନୁସାରେ ଗୋଟେ ବି କାଠ ଚାଲାଣ ହୋଇନଥିବା କହିଛି ବନ ବିଭାଗ । କିନ୍ତୁ ଆନ୍ଧ୍ର ପୋଲିସ ଆସିଲେ ଏ ବିଷୟ ତଦନ୍ତରେ ଓଡ଼ିଶା ବନ ବିଭାଗ ତରଫରୁ ସସସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଡିଏଫ୍ଓ ।

ବନ ବିଭାଗ ପକ୍ଷରୁ ରକ୍ତ ଚନ୍ଦନ ଗଛର ଯାଞ୍ଚ

ତେବେ ସୂଚନାଥାଉ କି, ଗଜପତି ଜିଲ୍ଲାର ଗଣ୍ଡାହାତୀ ଅଞ୍ଚଳରୁ ଦୁଇକୋଟିରୁ ଅଧିକ ଟଙ୍କାର ଚନ୍ଦନ କାଠ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ୍ ପୁଲିସ ହାତରେ ଧରା ପଡିଥିଲେ ଚନ୍ଦନକାଠ ତସ୍କରୀ । କିଛି ରକ୍ତଚନ୍ଦନ ଗଣ୍ଡିକୁ ଧରି ବିଶାଖପାଟଣା ଅଭିମୁଖେ ଯାଉଥିବା 4ହଜାର 2କିଲୋ ଓଜନର ରକ୍ତ ଚନ୍ଦନ କାଠ ବୋଝେଇ ଟ୍ରକକୁ ଆନ୍ଧ୍ରର ଟେକ୍କାଲି ନିକଟରେ ଶ୍ରୀକାକୁଲମ୍ ପୁଲିସ୍ ଜବତ କରିଥିଲା । ରକ୍ତଚନ୍ଦନ ଗଣ୍ଡି ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଅନ୍ୟ ୪ଜଣ ଏବେ ବି ଫେରାର୍ ଅଛନ୍ତି । ହଜାର ହଜାର ଗଛ ମଧ୍ୟରୁ ବର୍ତ୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଗଛ ଚାଲାଣ ହୋଇସାରିଥିବା ଲୋକେ ଅଭିଯୋଗ କରିବା ସହ ବନବିଭାଗର ଦାୟିତ୍ବ ହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗଜପତିରୁ ଚନ୍ଦନ ଗଛ କଟାଯାଉଛି ଏବଂ ଟ୍ରକରେ ଲୋଡ ହୋଇ ଯାଉଛି ଆଉ ତାର ଟେର ପାଉନି ବନବିଭାଗ ।

ଓଡିଶାରୁ ରକ୍ତ ଚନ୍ଦନ ଭଳି ଦୁର୍ଲଭ ଗଛ ଚୋରି ହେବା ଦ୍ବାରା ଓଡ଼ିଶା ବଦନାମ ହେବା ସହ କୋଟି କୋଟି ଟଙ୍କାର ରଜସ୍ବ ହାନୀ ମଧ୍ୟ ହେଉଛି । ଏହି କାଠ ଯଦି ଓଡ଼ିଶାରେ ଜବତ ହୋଇଥିଲେ ଓଡ଼ିଶାରେ ରହିଥାନ୍ତା, କିନ୍ତୁ ତାହା ବର୍ତ୍ତମାନ ଆନ୍ଧ୍ରରେ ରହିବ । ତେଣୁ ଏହା ଓଡ଼ିଶାର କ୍ଷତି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.