ରୋଜଗାର ହରାଇବା ଚିନ୍ତାରେ ଗାଁ ସାଥୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By

Published : Sep 2, 2021, 11:15 AM IST

ରୋଜଗାର ହରାଇବା ଚିନ୍ତାରେ ଗାଁ ସାଥୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଗାଁ ସାଥୀମାନଙ୍କ କାର୍ଯ୍ୟକୁ ସ୍ଵୟଂସହାୟକ ଗୋଷ୍ଠୀଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ସଙ୍ଘ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ଗଜପତି: ଗାଁ ସାଥୀମାନଙ୍କ କାର୍ଯ୍ୟକୁ ସ୍ଵୟଂସହାୟକ ଗୋଷ୍ଠୀଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଛି । ଯାହାକୁ ତୀବ୍ର ବିରୋଧ କରିଛି ସଙ୍ଘ । ସେହିଭଳି ଗାଁ ସାଥୀମାନଙ୍କୁ ମାସରେ ସର୍ବନିମ୍ନ ୧୦ଦିନର କାମ ଯୋଗାଇଦେବା ସହ, ନିୟମ ଅନୁସାରେ ଉଚିତ ପ୍ରାପ୍ୟ ପ୍ରଦାନ କରିବା, ରାଜ୍ୟର ଜବକାର୍ଡଧାରୀଙ୍କୁ ବାର୍ଷିକ ୨ ଶହ ଦିନ କାମ ସହ ଦୈନିକ ମଜୁରୀ ୩ଶହ ଟଙ୍କା ପ୍ରଦାନ କରିବା ଆଦି ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରୋଜଗାର ହରାଇବା ଚିନ୍ତାରେ ଗାଁ ସାଥୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ସଙ୍ଘ ।

ସମସ୍ୟାର ସମାଧାନ ନହେଲେ ଆଗାମି ୭ ଓ ୮ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିବା ଗଜପତି ଜିଲ୍ଲା ଗାଁ ସାଥୀ ସଂଘର ସଭାପତି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.