ପୋଲିସ-ମଦ ମାଫିଆ ମଧୁଚନ୍ଦ୍ରିକା, ଭାଇରାଲ ହେଉଛି ଅଡିଓ

author img

By

Published : Sep 28, 2022, 11:01 AM IST

police deal with liquor smuggler in paralakhemundi audio clip goes viral

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଚୋରା ମଦ ବ୍ୟବସାୟୀଙ୍କ ସହ ପୋଲିସ ଡିଲ କରୁଥିବା ଏକ ଅଡିଓ କ୍ଲିପ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ଗଜପତି: ଚୋରା ମଦ ବ୍ୟବସାୟୀଙ୍କ ସହ ଡିଲ୍ କରୁଛି ପୋଲିସ । ପାରଳାଖେମୁଣ୍ଡିରେ ଏଭଳି ଏକ ଅଡିଓ ଗତ ଦୁଇଦିନ ହେଲା ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ୍ ଅଡିଓ ଅନୁଯାୟୀ ଚୋରା ମଦ ଚାଲାଣବେଳେ କେହି ଜଣେ ଅଧିକାରୀ ମାଫିଆଙ୍କୁ ଧରିଥିଲେ, କିନ୍ତୁ ବଂଶୀ ଓ ଶ୍ରୀନୁଙ୍କ ଚାପରେ ଛାଡିଦେଇଥିଲେ । ଏଥିପାଇଁ 10ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଡିଓରେ ଶୁଣାଯାଉଛି । ଅଡିଓରେ ବଂଶୀ ନାମକ ବ୍ୟକ୍ତି କଥା ହେଉଥିବାବେଳେ ଶ୍ରୀନୁକୁ କହିବା ପାଇଁ ନେହୁରା ହେଉଛି ମଦ ବେପାରୀ ।

ଚୋରା ମଦ ବ୍ୟବସାୟୀଙ୍କ ସହ ଡିଲ୍ କରୁଛି ପୋଲିସ

ମଦ ବିକ୍ରି ହେଲେ ପୋଲିସଙ୍କୁ 10 ହଜାର ଟଙ୍କା ଦେବା କଥା କହୁଛି ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀ । ତେବେ ଏହି ଅଡିଓରେ ଥିବା ବଂଶୀ ଏବଂ ଶ୍ରୀନୁ କିଏ ? ଏହି ଦୁଇ ଜଣ କେଉଁ ଥାନାର ଏବଂ ଏମାନଙ୍କ ରାଙ୍କ କ'ଣ ତାହାକୁ ନେଇ ଉଠିଛି ପ୍ରଶ୍ନ । ଏମାନଙ୍କ କଥାରେ କେଉଁ ଅଧିକାରୀ ଚୋରା ମଦକୁ ଧରି ପୁଣି ଛାଡି ଦେଇଥିଲେ । ଏହି ଘଟଣାରେ କେଉଁ ପୋଲିସ ଅଧିକାରୀ ସମ୍ପୃକ୍ତ ଅଛନ୍ତି ସେନେଇ ଜଣାପଡ଼ିନାହିଁ। କୌଣସି ସାଧାରଣ ଲୋକେ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିବା କ୍ଷଣି ତୁରନ୍ତ ମାମଲା ରୁଜୁ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥାଏ ।

କିନ୍ତୁ ଗତ ଦୁଇଦିନ ହେଲା ଏହି ଅଡିଓ ଭାଇରାଲ ହେଉଥିଲେ ମଧ୍ୟ ପୋଲିସର ତଦନ୍ତ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୋମବାର ଠାରୁ ପୋଲିସର ମତାମତ ପାଇଁ ପ୍ରୟାସ କରାଯାଇଥିବାବେଳେ, ମଙ୍ଗଳବାର ସନ୍ଧ୍ୟା ଯାଏଁ ସମସ୍ତ ପୁଲିସ ଅଧିକାରୀ ଚୁପ୍ ବସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଚାଷୀଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ବିହନ ଯୋଗାଇବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ହେଲେ ବିଭିନ୍ନ ଆଡୁ ସମାଲୋଚିତ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, "ଭାଇରାଲ ଅଡିଓ ହସ୍ତଗତ ହୋଇଛି । ଗଜପତି ଏସ୍‌ପି ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଅନୈତିକ ଏବଂ ବିଶୃଙ୍ଖଳା ଆଚରଣକୁ କୌଣସି ମତେ ପ୍ରତ୍ସୟ ଦିଆଯିବ ନାହିଁ ।" ତେବେ ଭାଇରାଲ ଅଡିଓ ସମ୍ପର୍କରେ ମତାମତ ଦେବା ପାଇଁ ଦୁଇଦିନ ସମୟ ନେଇଥିବା ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ନା ତଦନ୍ତ ନାଁରେ କେବଳ ସମୟ ଗଡାଇବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.