ବର୍ଷରେ ମାତ୍ର ୧୬ଦିନ ଖୋଲାହୁଏ ପାରଳାଖେମୁଣ୍ଡିର ଏହି ମା'ଙ୍କ ପୀଠ

author img

By

Published : Oct 14, 2021, 8:53 PM IST

Paralakhemundi: special Devi Peetha opens only 16 days in a year

ଏକ ପୀଠ ହେଉଛି ପାରଳାଖେମୁଣ୍ଡିର 'ଦଣ୍ଡମା' । ଏହି ପୀଠ ବର୍ଷରେ ମାତ୍ର 16ଦିନ ପାଇଁ ଖୋଲା ହୋଇଥାଏ । ମା' ଙ୍କ ନିକଟରେ ପୂଜା କଲେ ନିଶ୍ଚିନ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: ଧରାବତରଣ କରିଛନ୍ତି ମା' ଜଗତ୍‌ଜନନୀ ଦୁର୍ଗା । ବିଭିନ୍ନ ଶକ୍ତି ପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଛି । ଘଣ୍ଟଘଣ୍ଟାରେ ଚର୍ତୁଦିଗ ପ୍ରକମ୍ପିତ ହେବା ସହ ସର୍ବତ୍ର ଭକ୍ତିମୟ ପରିବେଶ । ବିଭିନ୍ନ ଶକ୍ତି ପୀଠରେ ପରମ୍ପରା ଅନୁଯାୟୀ ମା'ଙ୍କୁ ଆରାଧନା କରାଯାଇଥାଏ । ସେହିଭଳି ଏକ ପୀଠ ହେଉଛି ପାରଳାଖେମୁଣ୍ଡିର 'ଦଣ୍ଡମା' । ଏହି ପୀଠ ବର୍ଷରେ ମାତ୍ର 16ଦିନ ପାଇଁ ଖୋଲା ହୋଇଥାଏ । ମା'ଙ୍କ ନିକଟରେ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଥିବାରୁ ଏହି ସମୟରେ ଲୋକଙ୍କ ଗହଳି ଲାଗି ରହିଥାଏ । ଶକ୍ତିଙ୍କ ଚାରିପାଖରେ ଥିବା 64ଯୋଗୀନୀଙ୍କ ପ୍ରତିନିଧି ଭାବେ ଏହି ଦେବୀଙ୍କୁ ପୂଜା କରାଯାଉଥିବା କହିଛନ୍ତି ପୂଜକ ।

ବର୍ଷରେ ମାତ୍ର ୧୬ଦିନ ଖୋଲାହୁଏ ପାରଳାଖେମୁଣ୍ଡିର ଏହି ମା'ଙ୍କ ପୀଠ

ବର୍ଷ ସାରା ଏହି ମନ୍ଦିର ବନ୍ଦ ରହୁଥିବାବେଳେ ମୂଳାଷ୍ଟମୀ ଦିନ ଏହି ପୀଠ ଖୋଲାଯାଇଥାଏ । ପ୍ରାୟ 16ଦିନ ମା'ଙ୍କ ପୂଜାର୍ଚ୍ଚନା କରାଯିବା ପରେ ଦଶହରା ବିଲମ୍ବିତ ରାତିରେ ମା'ଙ୍କ ପୀଠରେ ଏକ ନଡିଆକୁ ରଖି ପୁଣି ବନ୍ଦ କରିଦିଆଯାଏ । ତେବେ ଏହି 16ଦିନ ମଧ୍ୟରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଥିବାରୁ ପ୍ରବଳ ଜନସମାଗମ ହୋଇଥାଏ । ମନ୍ଦିରକୁ ଆକର୍ଷଣୀୟ ସାଜସଜା କରିବା ସହ ମା'ଙ୍କ ନିକଟରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ ।

ଏହି ପୀଠକୁ ନେଇ ପଣ୍ଡିତମାନେ ଭିନ୍ନମତ ପୋଷଣ କରନ୍ତି । କୁହାଯାଏ, ଏହା କୌଣସି ଶକ୍ତି ପୀଠ ନୁହେଁ, ଦଣ୍ଡାମା ହେଉଛନ୍ତି 64ଯୋଗୀନୀଙ୍କ ପ୍ରତିନିଧି । ମହାରାଜାଙ୍କ 8ଟି ଶକ୍ତି ପୀଠ ମଧ୍ୟରୁ କଦମ୍ବଖଣ୍ଡା ଅନ୍ୟତମ । ଏହି ନବରାତ୍ର ସମୟରେ ତାଙ୍କୁ ନିକଟରେ ମହାରାଜାଙ୍କ ସୈନ୍ୟବାହିନୀ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପୂଜା କରୁଥିଲେ । ତେବେ ସେ ବଳି ପିପାଶୁ ଥିଲେ । ତାଙ୍କୁ ନିମନ୍ତ୍ରଣ କରି ଆଣିବା ବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଉଥିଲା । ଏହି ସ୍ଥାନରେ ତାଙ୍କ ସହ ଆସୁଥିବା 64 ଯୋଗୀନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ସ୍ଥାନରେ ପୂଜାର୍ଚ୍ଚନା କରାଯାଉଥିଲା । ତେଣୁ ତାଙ୍କ ପ୍ରତିନିଧି ଭାବେ ଏହି ସ୍ଥାନରେ ଦଣ୍ଡମାଙ୍କୁ ରଖାଯାଇଥିଲା । ତେଣୁ ଏହି ସମୟରେ ହିଁ ଏହି ମନ୍ଦିର ଖୋଲିବା ସହ ପୂଜା ପାଇଥାନ୍ତି ବୋଲି ପଣ୍ଡିତ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.