ଗଜପତିରେ ବାତ୍ୟା ମୁକାବିଲା ପ୍ରସ୍ତୁତି; ପହଞ୍ଚିଲା NDRF-Odraf, ଚାଲିଛି ସ୍ଥାନାନ୍ତରଣ

author img

By

Published : Sep 26, 2021, 10:58 AM IST

ଗଜପତିରେ ବାତ୍ୟା ମୁକାବିଲା ପ୍ରସ୍ତୁତି; ପହଞ୍ଚିଲା NDRF-Odraf, ଚାଲିଛି ସ୍ଥାନାନ୍ତରଣ

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ରହିବ ବାତ୍ୟା ‘ଗୁଲାବ୍‌’ର ପ୍ରଭାବ । ବାତ୍ୟା ମୁକାବିଲା ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଜିଲ୍ଲାରେ ପହଞ୍ଚିଛନ୍ତି ଏନଡିଆରଏଫ ଓ ଓଡ୍ରାଫ ଟିମ୍ । ଅଧିକ ପଢନ୍ତୁ...

ଗଜପତି: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ବାତ୍ୟା ‘ଗୁଲାବ୍‌’ର ପ୍ରଭାବରେ ଗଜପତି ଜିଲ୍ଲାରେ ଭୋରରୁ ବର୍ଷ ଜାରି ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୯୦ କିମି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଳିଙ୍ଗପାଟନମ ଗଜପତି ଜିଲ୍ଲାର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହାର ପ୍ରଭାବ ଗଜପତି ଜିଲ୍ଲା ଉପରେ ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ସ୍ଥାନାନ୍ତରଣ କାର୍ଯ୍ୟ । ଏବେ ସୁଦ୍ଧା ଜିଲ୍ଲାର ମୋଟ ୧,୬୩୭ ଜଣଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି ।

ଗଜପତିରେ ବାତ୍ୟା ମୁକାବିଲା ପ୍ରସ୍ତୁତି; ପହଞ୍ଚିଲା NDRF-Odraf, ଚାଲିଛି ସ୍ଥାନାନ୍ତରଣ

ସେହିପରି ପବନର ବେଗ ସାଙ୍ଗକୁ ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରେ ମାଟି ଅତଡା ଖସିବାର ସମ୍ଭାବନା ରହିଛି । ତେଣୁ ଏହି ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରାଥମିକତା ଭିତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି(ଶନିବାର) ରାତିରେ ପ୍ରାୟତଃ ୭୦୦ ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇ ରନ୍ଧା ଖାଦ୍ୟ ଦିଆଯାଇଥିଲା । ଏହାସଙ୍ଗେ ଗର୍ଭବତୀ ମହିଳାମାନଙ୍କୁ ମା' ଗୃହରେ ରଖିବା ସଙ୍ଗେ ସେମାନଙ୍କ ସଠିକ୍ ଯତ୍ନ ନିଆଯାଉଛି । କହିବାକୁ ଗଲେ ଗଜପତି ଜିଲ୍ଲା ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ପ୍ରଶାସନ ତରଫରୁ ଯାହା ସୂଚନା ରହିଛି, ୮୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରି ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ । ଏଯାବତ୍ କେବଳ ୧,୬୩୭ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି । ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ୬ଟି ଓଡ୍ରାଫ୍ ଏବଂ ୨ ଏନଡିଆରଏଫ ଟିମ୍ ଜିଲ୍ଲାରେ ପହଞ୍ଚି ସାରିଛନ୍ତି । ଯେହେତୁ ଗୁମ୍ମା ବ୍ଲକ ଏବଂ ରାୟଗଡ଼ା ବ୍ଲକର କିଛି ଅଞ୍ଚଳରେ ମାଟି ଅତଡା ଖସିବାର ସମ୍ଭାବନା ରହିଛି ଏପରିସ୍ଥଳେ ସେହି ଅଞ୍ଚଳରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ଓଡ୍ରାଫ୍ ଟିମକୁ ମଧ୍ୟ ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ପାଇଁ ୭ଜଣ ନୋଡାଲ ଅଫିସରଙ୍କୁ ମଧ୍ୟ ପ୍ରଶାସନ ନିଯୁକ୍ତ କରିଥିବାବେଳେ ସେମାନେ ସ୍ଥିତିକୁ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.