ବିଧାନସଭା ସଦାଚାର କମିଟିର ଗଜପତି ଗସ୍ତ

author img

By

Published : Sep 13, 2022, 10:13 PM IST

ବିଧାନସଭା ସଦାଚାର କମିଟିର ଗଜପତି ଗସ୍ତ

ବିଧନସଭାର ସଦାଚାର କମିଟିର ଗଜପତି ଗସ୍ତ । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଧନସଭାର ସଦାଚାର କମିଟି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଜିଲ୍ଲାର ବିକାଶରେ ସହାୟକ ହୋଇଛି ବୋଲି କମିଟି ପ୍ରକାଶ କରିଛି । ଅଧିକ ପଢ଼ନ୍ତୁ

ଗଜପତି: ବିଧାନସଭା ସଦାଚାର କମିଟିର ଗଜପତି ଜିଲ୍ଲା ଗସ୍ତ । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି ଏହି କମିଟି । ସଦାଚାର କମିଟିର ସଦସ୍ୟବୃନ୍ଦ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଏହାର ସ୍ଥିତି ନେଇ ସମୀକ୍ଷା କରିଥିଲେ । ତେବେ ଜିଲ୍ଲାରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଥିବା ପ୍ରକାଶ କରିଛନ୍ତି ଏହି କମିଟିର ଅଧ୍ୟକ୍ଷ ଅମର ଶତପଥୀ ।

ବିଧାନସଭା ସଦାଚାର କମିଟିର ଗଜପତି ଗସ୍ତ

ବିଧାନସଭା ସଦାଚାର କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ଏହାର ସ୍ଥିତି ଅନୁଧ୍ୟାନ କରିବେ ଏହି ଗୃହ କମିଟି । ଏହି ପରିପ୍ରେକ୍ଷୀରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ବରେ ଏହି ସଦାଚାର ଗୃହ କମିଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ । ଏହି କମିଟିରେ ଅନ୍ୟ ସଦସ୍ୟବୃନ୍ଦ ମଧ୍ୟରେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଅଙ୍ଗଦ କହଁର ଓ ପ୍ରିତମ ପାଢୀ ପ୍ରମୁଖ ସାମିଲ ଥିଲେ । କମିଟିର ସଦସ୍ୟମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସପି ଜୟରାମ ଶତପଥୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏହି ସମୀକ୍ଷା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରଣକ୍ଷେତ୍ର ପାଲଟିଲା ଅଡ଼ବା ପୋଲିସ ଷ୍ଟେସନ, ଥାନାରେ ପଶି ପୋଲିସକୁ ପିଟିଲେ ଗ୍ରାମବାସୀ

କମିଟି ପକ୍ଷରୁ କରାଯାଇଥିବା ସମୀକ୍ଷା ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଲୋକ ପ୍ରତିନିଧିଙ୍କ ସହ କିଭଳି ସମନ୍ବୟ ରକ୍ଷା କରାଯାଉଛି ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଗଜପତି ଜିଲ୍ଲାରେ ଏହି ସମନ୍ବୟତା ସଠିକ ଭାବରେ ପାଳନ କରାଯାଉଥିବାରୁ କମିଟି ସନ୍ତୋଷ ପ୍ରକାଶ କରିଥିବା କମିଟିର ଅଧ୍ୟକ୍ଷ ଅମର ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲାରେ ତଥା ବିଶେଷ କରି ପାରଳାଖେମୁଣ୍ଡି ସହରରେ ଓଡିଆ ଭାଷାର ବ୍ୟବହାର ଅପେକ୍ଷା ଅଣ ଓଡିଆ ଭାଷାର ବ୍ୟବହାର ବହୁଳ ଭାବେ ବ୍ୟବହାର କରାଯାଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଥିଲେ । ସେହିପରି ଯେଉଁ କେତୋଟି ସ୍ଥାନରେ ଓଡିଆ ଭାଷା ବ୍ୟବହାର କରାଯାଉଛି ତାହା ବି କଦାର୍ଥ ଭାବେ ଲେଖାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ କହିଛନ୍ତି, "ଜିଲ୍ଲାରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଛି । ଫଳରେ ଜିଲ୍ଲାର ବିକାଶରେ ଏହା ବେଶ ସହାୟକ ହେଉଛି ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.