କାଶୀନଗରରେ BJPର ମିଶ୍ରଣ ପର୍ବ: ଦଳରେ ମିଶିଲେ ୫୦୦ରୁ ଅଧିକ BJD କର୍ମୀ

author img

By

Published : Nov 21, 2021, 10:28 PM IST

କାଶୀନଗରରେ ବିଜେପିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ୫୦୦ରୁ ଅଧିକ ବିଜେଡି କର୍ମୀ

ଗଜପତି ଜିଲ୍ଲା କାଶୀନଗରରେ ଭାରତୀୟ ଜନତା ପାର୍ଟିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଗଜପତି: ଜିଲ୍ଲାର କାଶୀନଗରରେ ଭାରତୀୟ ଜନତା ପାର୍ଟିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ବ୍ଲକର ଖଣ୍ଡାବା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ୍ ବିଜେଡି ସଭାପତି ରକମ୍ ସତୀଶଙ୍କ ନେତୃତ୍ଵରେ ଏହି ବ୍ଳକର ଖଣ୍ଡବା, ଶିଆଳି, ବୁଦୁରା ପଞ୍ଚାୟତର ପ୍ରାୟ ୫୦୦ରୁ ଅଧିକ ବିଜେଡି କର୍ମୀ, ପୂର୍ବତନ ସରପଞ୍ଚ, ୱାର୍ଡମେମ୍ବର ଓ ଅନେକ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେମାନଙ୍କୁ ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ ।

କାଶୀନଗରରେ ବିଜେପିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ୫୦୦ରୁ ଅଧିକ ବିଜେଡି କର୍ମୀ

ସେମାନଙ୍କର ଯୋଗଦାନ ନିଶ୍ଚିତ ଭାବରେ ଆଗମୀ ଦିନରେ ଗଜପତି ଜିଲ୍ଲା ତଥା କାଶୀନଗର ବ୍ଲକରେ ବିଜେପିର ଶକ୍ତି ଦ୍ବିଗୁଣିତ ହେବା ସହ କାଶୀନଗର ବ୍ଲକରେ ପୁଣିଥରେ ବିଜେପି ଆଗମୀ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ. ନାରାୟଣ ରାଓ । ସେହିପରି ଦଳରେ ଯୋଗ ଦେଇଥିବା ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ ବିଜେଡି ସଭାପତି ରକମ ସତୀଶ କହିଛନ୍ତି ସେ ଓ ତାଙ୍କ ପରିବାର ବିଜୁ ପ୍ରେମୀ ଥିଲେ କିନ୍ତୁ, ଆଜି ବିଜୁ ଜନତା ଦଳରେ ଆଉ ବିଜୁ ଆଦର୍ଶ କି ନୀତି ନାହିଁ ତେଣୁ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ବାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.