ପାରଳାର ଲଲାମ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଚିଠି

author img

By

Published : Sep 25, 2022, 6:01 PM IST

ପାରଳାର ଲଲାମ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଚିଠି

ପାରଳାର ଲଲାମ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଚିଠି ଲେଖିଲା ସଂସ୍କୃତି ମନ୍ତ୍ରଣାଳୟ । ଖୁସି ବ୍ୟକ୍ତ କଲେ ଲେଖକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଅଧିକ ପଢନ୍ତୁ

ଗଜପତି: ଉପରାଷ୍ଟ୍ରପତିଙ୍କ ଏକ ଚିଠି ଆଧାରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ(Ministry of Culture) ଭାରତୀୟ ଇତିହାସ ଗବେଷଣା ପରିଷଦକୁ(Indian Council of Historical Research) ପାରଳାଖେମୁଣ୍ଡିରେ ହୋଇଥିବା ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଉପରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡିଶା ସରକାରଙ୍କୁ ଚିଠି ଆସିଥିଲା । ଯାହା ଉପରେ ରାଜ୍ୟ ସଂସ୍କୃତି ବିଭାଗରେ ବିଚାର ବିମର୍ଷ ଚାଲିଥିବା କୁହାଯାଉଛି ।

ପାରଳାର ଲଲାମ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଚିଠି

ବିଶିଷ୍ଟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ(Purna Chandra Mahapatra) ଦ୍ବାରା ଲିଖିତ ‘ପାରଳାର ଲଲାମ-ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକରେ ପାରଳାରେ ହୋଇଥିବା ପ୍ରଜାମେଳି ହିଁ ଭାରତରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରାଯାଇଛି । ଏଥିରେ ଲେଖାଯାଇଛି ଯେ, ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ପ୍ରଥମେ 1767ରେ ଇଂରେଜମାନଙ୍କୁ ଗଞ୍ଜାମ ସୀମାରେ ପ୍ରତିରୋଧ କରିଥିଲେ । ଯାହା ତାଙ୍କ ଦାୟାଦ, ବିଷାୟୀ, ଦୋରା, ଶବର ତଥା ପ୍ରଜାମାନେ 1834 ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ 67 ବର୍ଷ ଯାଏଁ ଚଳାଇ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ ରାସ୍ତାରେ ଝାଡୁ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଏହି ସମୟ ମଧ୍ୟରେ ପାରଳା ରାଜ୍ୟର ଦକ୍ଷିଣ-ପଶ୍ଚିମାଞ୍ଚଳ ସ୍ବାଧୀନ କରାଯିବା ସହ ବିଶାଖାପାଟଣାରେ ଏକ ସିପାହୀ ବିଦ୍ରୋହର ସୂତ୍ରପାତ କରାଯାଇ ପାରିଥିଲା । ଦେଶୀୟ ସିପାହୀମାନଙ୍କ ଗୁଳିରେ 6 ଜଣ ଇଂରେଜ ଉଚ୍ଚ ସେନାଧିକାରୀଙ୍କ ମୃତ୍ୟୁ ହେବା ସହ ସେଠିକାର ଗଭର୍ଣ୍ଣର କାସ୍ ମାଜରଙ୍କୁ ବନ୍ଦୀ କରାଯାଇ କୋଷାଗାର ଲୁଟ୍ କରାଯାଇଥିଲା । ଏତେ ସବୁ କାଣ୍ଡକରି ବିଦ୍ରାହୀମାନେ ପାରଳାକୁ ଫେରି ଆସିଥିଲେ । ସଂଗ୍ରାମର ପରବର୍ତ୍ତୀ ଅବସ୍ଥାରେ ୟୁରୋପୀୟ ଲେଫ୍ଟନାଣ୍ଟ ୟଙ୍ଗସନଙ୍କୁ ବନ୍ଦୀ, ଅନ୍ୟ ଜଣେ ଲେଫ୍ଟନାଣ୍ଟ ସିରାଜ ଏବଂ ୟୁରୋପୀୟ ସେନାରେ ନେତୃତ୍ବ ନେଉଥିବା ମେଜର ବକ୍ସରଙ୍କୁ ପାରଳାର ବିଦ୍ରୋହୀମାନେ ହତ୍ୟା କରିଥିଲେ ।

ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରୁ 18 ଜଣଙ୍କୁ ଫାଶୀଦଣ୍ଡ, 103 ଜଣଙ୍କୁ ରାଜବନ୍ଦୀ ଓ 25 ଜଣଙ୍କୁ କଳାପାଣି ଦଣ୍ଡ ହୋଇଥିବା ବିଷୟ ଐତିହାସିକ ଉକ୍ତ ପୁସ୍ତକରେ ପ୍ରମାଣ ସହ ଦର୍ଶାଇଛନ୍ତି । ପାରଳାର ଏହି ଦୀର୍ଘକାଳୀନ ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ସହ ସହିଦମାନଙ୍କ ସ୍ମୃତି ରକ୍ଷା କରିବାକୁ ପାରଳାର ବୁଦ୍ଧିଜୀବୀ ଦାବି କରି ଆସୁଛନ୍ତି । କେନ୍ଦ୍ର ଓ ରାଜ୍ୟରେ ବର୍ତ୍ତମାନ ଏହି ବିଷୟରେ ବିଚାର ହେଉଥିବା ଜାଣି ଏଠାରେ ଲେଖକ ଖୁସି ବ୍ୟକ୍ତି କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.