ଡରାଇଲାଣି ଗୁଲାବ: ଗୁମ୍ମାରେ ଧସିଲା ପାହାଡ, ନାମନଗଡ- ଅଜୟଗଡ ରାସ୍ତାରେ ଯାତାୟତ ବନ୍ଦ

author img

By

Published : Sep 26, 2021, 3:45 PM IST

Updated : Sep 26, 2021, 5:45 PM IST

ଲଗାଣ ବର୍ଷାରେ ଗୁମ୍ମା ବ୍ଲକରେ ଖସିଲା ମାଟି ଅତଡ଼ା,  ନାମନଗଡ- ଅଜୟଗଡ ରାସ୍ତାରେ ଯାତାୟତ ବନ୍ଦ

ଗୁମ୍ମା ବ୍ଲକର ନାମନଗଡ- ଅଜୟଗଡ ରାସ୍ତାରେ ପାହାଡ ଧସି ରାସ୍ତା ଅବରୋଧ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତାରେ ମାଟି ଅତଡ଼ା ଖସିଛି । ଅଧିକ ପଢ଼ନ୍ତୁ...

ଗଜପତି: ଗୁମ୍ମା ବ୍ଲକର ନାମନଗଡ- ଅଜୟଗଡ ରାସ୍ତାରେପାହାଡ ଧସି ରାସ୍ତା ଅବରୋଧ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତାରେ ମାଟି ଅତଡ଼ା ଖସିଛି । ଏବେବି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଲାଗି ରହିଛି ଆଗକୁ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ରାସ୍ତା ଖୋଲି ପାରିନାହିଁ । ଆଜି ମଧ୍ୟରାତ୍ରି ସୁଦ୍ଧା ସାମୁଦ୍ରିକ ଝଡ଼ବାତ୍ୟା 'ଗୁଲାବ' ଲ୍ୟାଣ୍ଡଫଲ କରିବା ନେଇ ପୁର୍ବାନୁମାନ କରିଛି ପାଣଇପାଗ ବିଭାଗ । ଏହାକୁ ନେଇ ଗଜପତି ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ସୂଚନା ଦେଇଛି ।

ଡରାଇଲାଣି ଗୁଲାବ: ଗୁମ୍ମାରେ ଧସିଲା ପାହାଡ, ନାମନଗଡ- ଅଜୟଗଡ ରାସ୍ତାରେ ଯାତାୟତ ବନ୍ଦ

ପ୍ରତିବର୍ଷ ବର୍ଷା ହେଲେ ଏହି ରାସ୍ତାପାର୍ଶ୍ବରେ ଥିବା ପାହାଡ଼ରୁ ମାଟି ଅତଡ଼ା ଖସିପଡ଼େ । ଫଳରେ ସ୍ଥାନୀୟ ଲୋକଙ୍କୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବର୍ଷା ହେଲେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ସ୍ଥାନୀୟ ଲୋକେ ଭୟ ପ୍ରକାଶ କରୁଛନ୍ତି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୭ଟି ଗାଁ ନିର୍ଭରଶୀଳ । ପାରଳାଖେମୁଣ୍ଡିକୁ ସଂଯୋଗ କରୁଛି ଏହି ରାସ୍ତା । ଶନିବାର ରାତିରୁ ମାଟି ଅତଡ଼ା ଖସି ପଡ଼ିଛି । ଫଳରେ ରାସ୍ତା ଦେଇ ବାଇକ ଟିଏ ମଧ୍ୟ ଯାଇ ପାରୁନାହିଁ ।

  • THE CYCLONIC STORM ‘GULAB’ CENTRED AT 1430 HRS IST OF 26TH SEP, 2021 NEAR 18.4°N/85.3°E, ABOUT 130 KM EAST-NORTHEAST OF KALINGAPATTNUM, 110 KM EAST-SOUTHEAST OF GOPLAPUR. ROSS BETWEEN KALINGAPATNAM & GOPALPUR, WITH WIND SPEED OF 75-85 GUSTING TO 95 KMPH, BY MID-NIGHT OF 26th.

    — India Meteorological Department (@Indiametdept) September 26, 2021 " class="align-text-top noRightClick twitterSection" data=" ">

ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ୧୧୦ କିମି ପୂର୍ବ-ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ବାତ୍ୟା 'ଗୁଲାବ' । ଲ୍ୟାଣ୍ଡଫଲ୍‌ ବେଳେ ବାତ୍ୟା ଗୁଲାବ ଯୋଗୁଁ ୯୦ରୁ ୯୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ସଭିଁଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବ ଯୋଗୁଁ ସେପ୍ଟେମ୍ବର ୨୭ ତାରିଖରେ ୧୧ଟି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ବାତ୍ଯାର ପ୍ରଭାବକୁ ଆକଳନ କରି ବର୍ତ୍ତମାନ ସୁଦ୍ଧା ୧୬୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଲଗାଣ ବର୍ଷାରେ ଗୁମ୍ମା ବ୍ଲକରେ ଖସିଲା ମାଟି ଅତଡ଼ା,  ନାମନଗଡ- ଅଜୟଗଡ ରାସ୍ତାରେ ଯାତାୟତ ବନ୍ଦ
ଲଗାଣ ବର୍ଷାରେ ଗୁମ୍ମା ବ୍ଲକରେ ଖସିଲା ମାଟି ଅତଡ଼ା, ନାମନଗଡ- ଅଜୟଗଡ ରାସ୍ତାରେ ଯାତାୟତ ବନ୍ଦ

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Sep 26, 2021, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.