କାମ୍ପ ସମ୍ପ୍ରଦାୟକୁ OBC ମାନ୍ୟତା ପାଇଁ ଦାବି

author img

By

Published : Oct 29, 2021, 7:45 AM IST

କାମ୍ପ ସମ୍ପ୍ରଦାୟର ଓବିସି ମାନ୍ୟତା ପାଇଁ ଦାବି

ଅବିଭକ୍ତ ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା କାମ୍ପ ସମ୍ପ୍ରଦାୟ ଦୀର୍ଘ ଦିନ ହେଲା ଓବିସି ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । କିନ୍ତୁ, ଆଜିଯାଏଁ ତାଙ୍କ ଦାବି ପୂରଣ ହୋଇପାରି ନାହିଁ । ଅଧିକ ପଢନ୍ତୁ...

ଗଜପତି: ଅବିଭକ୍ତ ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା କାମ୍ପ ସମ୍ପ୍ରଦାୟ ଦୀର୍ଘ ଦିନ ହେଲା ଓବିସି ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । କିନ୍ତୁ, ଆଜିଯାଏଁ ତାଙ୍କ ଦାବି ପୂରଣ ହୋଇପାରି ନାହିଁ । ତେବେ ବର୍ତମାନ ସଂସଦ ଓବିସି ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ସୁପାରିସ୍ ଆବଶ୍ୟକ ବୋଲି ଘୋଷଣା କରିବା ପରେ ଏହି ଦାବି ନେଇ କାମ୍ପ ସମ୍ପ୍ରଦାୟର ଲୋକେ ରାଜ୍ୟ ସରକାରଙ୍କୁ ଭେଟିବା ସହ କେନ୍ଦ୍ରକୁ ଏଥିପାଇଁ ସୁପାରିସ କରିବାକୁ ଦାବି କରିବେ ।

କାମ୍ପ ସମ୍ପ୍ରଦାୟର ଓବିସି ମାନ୍ୟତା ପାଇଁ ଦାବି

ଏଥିପାଇଁ କାମ୍ପ ସମ୍ପ୍ରଦାୟର ଏକ ପ୍ରତିନିଧୀ ଦଳ ଶୁକ୍ରବାର ଭୁବନେଶ୍ବର ଯିବେ । ଏନେଇ ଗୁରୁବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ପୂର୍ତ୍ତ ଡାକ ବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଏହି ସମ୍ପ୍ରଦାୟର ଲୋକେ ଓଡିଶାରେ ଏସଇବିସି ମାନ୍ୟତା ପାଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓବିସି ମାନ୍ୟତା ପ୍ରଦାନ କରୁନାହାନ୍ତି । ସେହିପରି ଆନ୍ଧ୍ରରେ ରହୁଥିବା ଏହି ସମ୍ପ୍ରଦାୟର ଲୋକଙ୍କୁ କେନ୍ଦ୍ର ଓବିସି ମାନ୍ୟତା ଦେଇଥିବା ବେଳେ ଓଡିଶାର କାମ୍ପ ମାନଙ୍କୁ ଏହା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ଏହି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ ଅଧିକାଂଶ ଚାଷ ଉପରେ ନିର୍ଭରଶୀଳ । ଏମାନଙ୍କ ପାଇଁ ଜଳସେଚନର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ, ଗଜପତି ଜିଲ୍ଲାରେ ଥିବା କୃଷ୍ଣ ସାଗର, ଗଜପତି ସାଗରର ପୁନଃଉଦ୍ଧାର ସହ ନିର୍ମାଣାଧୀନ ଡମ୍ବାପୁର ପ୍ରକଳ୍ପର କାର୍ଯ୍ୟଶେଷ କରିବା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ସେ କହିଛନ୍ତି

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.