ପୋଲିସ ଗାଡିରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ, 4 ଅଟକ

author img

By

Published : Nov 3, 2021, 10:09 AM IST

ପୋଲିସ ଗାଡିରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ

ପୋଲିସ ଗାଡିରୁ କାଠ ଗଣ୍ତି ଜବତ । ଏହାସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ଗଜପତି: ପୋଲିସ ଗାଡିରୁ କାଠ ଗଣ୍ତି ଜବତ । ଏହାସହ ଚୋରା ଚାଲାଣ ହେଉଥିବା ଗାଡିରେ ତୃତୀୟ ବାଟାଲିୟନ ତିନି ଜଣ କର୍ମଚାରୀ ଥିବା ବେଳେ ଏସଏପିର ଜଣେ କର୍ମଚାରୀ ରହିଥିଲେ । ସୂଚନା ଅନୁସାରେ, କାଠ ଚୋରା ଚାଲାଣ ନେଇ ଖବର ପାଇଥିଲା ଗଜପତି ବନ ବିଭାଗ । ପରେ ଗାଡିକୁ ଧରିବା ପାଇଁ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟର ରହିଥିଲା ।

ପୋଲିସ ଗାଡିରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ

ପୋଲିସ ଗାଡିଟି ପହଞ୍ଚିବା ପରେ ସେଠାରେ ଗାଡିକୁ ଅଟକାଇଥିଲେ ବନ କର୍ମଚାରୀ । ଆଉ ଗାଡି ମଧ୍ୟରୁ ଜବତ କରିଥିଲେ ବିପୁଳ ପରିମାଣର କାଠ ଗଣ୍ତି । ଏହାସହ ୪ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଗାଡ଼ିଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସୂଚନା ମିଳିଛି । ତେବେ ପୋଲିସ ଗାଡ଼ିରେ ଏତେ ପରିମାଣ କାଠ ଚାଲାଣ ନିଶ୍ଚିତ ଭାବେ ୟା ପଛରେ ବିଭାଗର ଆଉ କାହାର ବଡ ଅଧିକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.